Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଲରେ ପଡିଛି ମୁଣ୍ଡବିହୀନ ମୃତଦେହ , ଖଣ୍ଡ ବିଖଣ୍ତିତ ହୋଇ ପଡିରହିଛି ବିଭିନ୍ନ ଅଙ୍ଗ

5/09/2020 at 2:12 PM

ସୋନପୁର ୦୫।୦୯: ମୁଣ୍ଡବିହୀନ ମୃତଦେହ ଠାବ । ସୋନପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ଗାଁ ନିକଟରୁ ମୃତଦେହ ଠାବ ହୋଇଛି । ମୃତଦେହର ହାତ, ଗୋଡ ଓ ମୁଣ୍ଡ ନଥିବା ଦେଖିବାକୁ ମିଳିଛି । ହାତ ଓ ଗୋଡ଼କୁ କଟାଯାଇଥିବା ବେଳେ ଅଲଗା ଅଲଗା ସ୍ଥାନରେ ପଡିଥିବାର ଦେଖିବାକୁ ମିଳିଛି ।

ଲୁତୁରପଙ୍କ ଓ କେଞ୍ଝରିଆପାଲି ମଝି ରାସ୍ତା କଡରେ ଥିବା ଏକ ବିଲରେ ଏହି ମୃତଦେହ ପଡିଥିବାର ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କ ମୁଣ୍ଡ ମଧ୍ୟ ମିଳି ପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି । ତେବେ କାହିଁକି ଓ କିଏ ଏଭଳି ନିର୍ମମ ହତ୍ୟା କରିଛି । ତାହା ସ୍ପଷ୍ଟ ହୋଇ ପାରିନାହିଁ ।

   Related Posts