୪ଦିନ ହେଲା ନିଖୋଜ ଥିଲେ ସୁବ୍ରତ, ଶେଷରେ ପୋଖରୀରୁ ଠାବ ହେଲା ମୃତଦେହ ; ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
21/12/2020 at 10:35 AM

ପାରାଦୀପ ୨୧।୧୨ : ପୋଖରୀରୁ ମୃତଦେହ ଠାବ । ପାରାଦୀପ ଲକ୍ଥାନା ନିମିଢି ଗାଁର ଏକ ପୋଖରୀରୁ ମୃତଦେହ ଠାହ ହୋଇଛି । ମୃତକଙ୍କ ନାମ ସୁବ୍ରତ ଦାସ , ଏବଂ ବୟସ ୩୨ ବର୍ଷ ବୋଲି ଜଣପାଡିଛି । ଘର ସ୍ଥାନୀୟ ରଙ୍ଗିଆଗଡ଼ ଗାଁର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ସୁବ୍ରତ ଦାସ ଗତ ୪ ଦିନ ହେଲା ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ , କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ପରିବାର ପକ୍ଷରୁ ପାରାଦୀପ ଲକ୍ଥାନାରେ ଅଭିଯୋଗ କରାଯାଇଥିଲା । ତେବେ ଏବେ ସୁବ୍ରତଙ୍କ ମୃତଦେହ ନିମିଢି ଗାଁର ଏକ ପୋଖରୀ ଠାବ ହୋଇଛି । ମୃତ ସୁବ୍ରତ ଦାସ ଙ୍କ ଘର ରଙ୍ଗିଆଗଡ ହୋଇଥିବା ବେଳେ ତାଙ୍କ ଶ୍ବଶୁର ଙ୍କ ଘର ନିମିଢି ଅଞ୍ଚଳର ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନିମିଢି ଅଞ୍ଚଳର ଏକ ପୋଖରୀରୁ ଏଭଳି ଅବସ୍ଥାରେ ମୃତ ଦେହ ମିଳିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ତାଙ୍କୁ କିଏ ହତ୍ୟା କରି ପୋଖରୀରେ ଫୋପାଡ଼ି ଦେଇଥିବା ନେଇ ପରିବାର ପକ୍ଷରୁ ସନ୍ଦେହ କରାଯାଇଛି। ତେବେ ଏନେଇ ଲକଥାନା ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।