ଖାଇ ସାରି ଘରୁ ଆସିଥିଲେ, କିନ୍ତୁ ଆଉ ଫେରିଲେନି ; ଗାଁ ମନ୍ଦିର ନିକଟରୁ ଯୁବକଙ୍କ ମୃତଦେହ ଠାବ

Published By : Prameya-News7 Bureau | November 04, 2020 IST

ଲକ୍ଷ୍ମୀପୁର ୦୪।୧୧: ମନ୍ଦିର ନିକଟରୁ ଯୁବକଙ୍କ ମୃତଦହେ ଉଦ୍ଧାର । କୋରାପୁଟ ଜିଲ୍ଲା ପଟାଙ୍ଗି ଗଣେଷ ମନ୍ଦିର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗଙ୍ଗା ପ୍ରସାଦ ଚୌଧୁରୀ ବୋଲି ଜଣାପଡିଛି , ଏବଂ ତାଙ୍କ ବୟସ ୨୫ବର୍ଷ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ତେବେ ମିଳିଥିବା ସୂଚନାନୁଯାୟୀ, ଯୁବକଙ୍କ ବେକରେ ରଶିର ଚିହ୍ନ ରହିଛି । ତାଙ୍କ ପାଖରେ ଥିବା ୨ଟି ମୋବାଇଲ ଗାଏବ ହୋଇଯାଇଛି ବୋଲି ଅଭିଯୋଗ ଆସିଛି । ଗତକାଲି ରାତି ୯ଟା ସମୟରେ ଘରେ ଖାଇ ସାରିବା ପରେ ମୋବାଇଲରେ କଥା ହୋଇ ଘରୁ ବାହାରି ଆସିଥିଲେ , ଏବଂ ତାର ପରେ ବହୁ ସମୟ ଧରି ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି ପରେ ରାତି ପ୍ରାୟ ୧୦.୩୦ ସମୟରେ ମନ୍ଦିର ନିକଟରେ ମୃତଦେହ ପଡିଥିବାର ପରିବାର ଲୋକେ ଦେଖିଥିଲେ । ଯୁବକଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପଟାଙ୍ଗି ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.