Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||
  • ଉଦଳା : ବାପଘରକୁ ଯିବାବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଘଟଣାସ୍ଥଳରେ ନଣଦେଇ ମୃତ, ମହିଳା ଗୁରୁତର
  • ||
  • କଳାହାଣ୍ଡି : ରାଧେ ଘରୁ ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ : ବ୍ୟାଗ୍‌ରେ ଥିଲା ନୂଆ ଡ୍ରେସ୍, ମୋବାଇଲ୍ ଓ ଚାର୍ଜର
  • ||

ପୋଖରୀରୁ ମିଳିଲା ବୃନ୍ଦାବନଙ୍କ ମୃତଦେହ, କାମ କରିବାକୁ ଯାଇ ଆଉ ଫେରିନଥିଲେ..

14/10/2021 at 12:15 PM

କୋଣାର୍କ ୧୪।୧୦: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଗୋପ ଥାନା ଗଣେଶ୍ୱର ପଞ୍ଚାୟତ ଲୁଣହାର ଗାଁର ପୋଖରୀରୁ ମୃତଦେହ ଠାବ ହୋଇଛି ।  ମୃତକ ବୃନ୍ଦାବନ ନାଥ ବୋଲି ଜଣାପଡିଛି । ତାଙ୍କର ଘର ଗଣେଶ୍ୱରପୁର ପଞ୍ଚାୟତ ନାଥ ସାହି ଗାଁରେ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ନାଥସାହି ଗାଁର ମୃତ ବୃନ୍ଦାବନ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ପ୍ରତି ଦିନ କାମ କରି ଘରକୁ ଫେରନ୍ତି ବୃନ୍ଦାବନ । କିନ୍ତୁ ବୁଧବାର ଦିନ କାମ ସାରି ଆଉ ଘରକୁ ଫେରିନଥିଲେ । ଘର ଲୋକେ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା ।ଶେଷରେ ଆଜି ସକାଳ ସମୟରେ ଲୁଣହାର ଗାଁର ଏକ ପୋଖରୀରେ ମୃତଦେହ ଭାସୁଥିବାର ଦେଖିଥିଲେ ସ୍ଥାନୀୟଲୋକ । ପୋଖରୀରେ ଗୋଡ଼ ଖସିଯିବାରୁ ବୁଡ଼ିଯାଇ ମୃତ୍ୟୁ ବରଣ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି  l

   Related Posts