Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ମାଟି ତଳୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

13/07/2020 at 9:02 AM

କଳାହାଣ୍ଡି ୧୩।୦୭ : ନାବାଳିକାଙ୍କୁ ହତ୍ୟା ସନ୍ଦେହ । ୨ ଦିନ ପରେ କବରରୁ ଉଦ୍ଧାର ହେଲା ମୃତଦେହ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସିକେରକୁପା ଫାଣ୍ଡି ନିକଟସ୍ଥ  ମାଡିବନ୍ଧା ଗାଁରେ ନାବାଳିକାଙ୍କୁ ହତ୍ୟା ସନ୍ଦେହ କରି ନର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ନର୍ଲା ପୋଲିସ ଗାୟତ୍ରୀ ପ୍ରଧାନଙ୍କ ନେତୃତ୍ବରେ ମୃତ ନାବାଳିକାଙ୍କ ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି । ମୃତକ ୯ ବର୍ଷୀୟ ସରିତା ବିଶି ପୋଷ୍ୟ ସନ୍ତାନ ଥିଲେ ।

ସୂଚନାଯୋଗ୍ୟ ଯେ, ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଦର୍ଶାଇ ପରିବାର ଲୋକେ ମୃତଦେହ ପୋତି ଦେଇଥିଲେ । ସରିତା ଦେଢ଼ ବର୍ଷ ବୟସର ହୋଇଥିବା ବେଳେ ବାପା ମା’ ଛେମୁଣ୍ଡ ହୋଇଯାଇଥିଲେ । ତାଙ୍କୁ ଲାଞ୍ଜିଗଡ ରୋଡ ପଞ୍ଚାୟତ ମାଡିବନ୍ଧା ଗାଁର ବୁଡୁ ସୁନା ୮ ବର୍ଷ ତଳେ ମୁମ୍ବାଇରୁ ନିଜ ଗାଁକୁ ନେଇ ଆସିଥିଲା । ହଠାତ୍ ଗତ ୧୦ ତାରିଖ ଦିନ ସରିତାଙ୍କୁ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା କୁହା ଯାଇଥିଲା । ତେବେ ପୋଲିସ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ନର୍ଲା ପୋଲିସ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ।

   Related Posts