ବରଗଛରୁ ମିଳିଲା ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | April 21, 2021 IST

ଯାଜପୁର ୨୧।୦୪: ଝୁଲନ୍ତା ମୃତଦେହ ଠାବ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବିତନା ନିକଟ ଏକ ବରଗଛରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ମୃତକ ଡିଆଟିକିରି ଗାଁର ଟୁନା ବେହେରା , ତାଙ୍କ ବୟସ ୫୪ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ବିତନା ଗାଁ ନିକଟରେ ଥିବା ଏକ ବରଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ଘଟଣାସ୍ଥଳକୁ ଅଣାଯିବାର ସୂଚନା ରହିଛି । ତେବେ କେଉଁ ପରିସ୍ଥିତିରେ ମୃତଦେହ ମିଳିଲା । ତାହା ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଏହା ହତ୍ୟା କି ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.