ହତ୍ୟା ପରେ ଅଖାରେ ଭର୍ତ୍ତି କରି ଫିଙ୍ଗିଦେଲେ ! ରେଙ୍ଗାଲି ବାମ ପାର୍ଶ୍ୱ କେନାଲରୁ ମୃତଦେହ ଠାବ

Published By : Prameya-News7 Bureau | September 15, 2020 IST

ଢେଙ୍କାନାଳ ୧୫।୦୯: ଅଖାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କୋଳିବଣିଆ ଗାଁ ନିକଟରେ ଥଇବା ରେଙ୍ଗାଲିର ବାମ ପାର୍ଶ୍ୱ କେନାଲରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।

ରେଙ୍ଗାଲି ବାମ ପାର୍ଶ୍ୱ କେନାଲରେ ଅଖାବସ୍ତା ଭାସୁଥିବାର ସାଧାରଣଲୋକ ଦେଖିଥିଲା । ଯାହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗଟଣାସ୍ଥଳରେ ପହଞ୍ଚି ଭାସୁଥିବା ଅଖାବସ୍ତାକୁ ଜବତ କରିଥିଲା । ପୋଲିସ ଅଖାବସ୍ତା ଭିତରେ ଜଣେ ଯୁବକଙ୍କୁ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା । ଅଖାକୁ ଭିତରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । କିନ୍ତୁ  ତାଙ୍କୁ କେହି ହତ୍ୟା କରିବା ପରେ ଅଖାରେ ବାନ୍ଧି କେନାଲରେ ପକାଇଦେଇଥିବା ପୋଲିସ ସନ୍ଦେହ କରୁଛି । କଙ୍କଡାହାଡ଼ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.