ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା …
10/09/2020 at 8:15 AM

ସୁନ୍ଦରଗଡ ୧୦।୦୯ : ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅଲାପକା ଅମଳିଯୋର ଠାରେ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଏକ ଗଛରେ ନାବାଳିକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟଲୋକେ ଦେଖିଥିଲେ । ଯାହାପରେ ତୁରନ୍ତ ନିକଟସ୍ଥ ପୋଲିସ ଥାନାକୁ ଜଣାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୋଲିସ ଏକ ମାମଲା ରୁଜୁ କରି ଛାନ୍ଭିନ୍ ଜାରି ରଖିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହ ହତ୍ୟା ନା ଆତ୍ମହତ୍ୟା , ତାହା ସ୍ପଷ୍ଟ ହୋଇନାହିଁ । ପୋଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।