ରାତିରୁ ଥିଲେ ନିଖୋଜ, ବ୍ରିଜ ତଳୁ ଉଦ୍ଧାର ହେଲା ମୃତଦେହ : ହତ୍ୟା କରି ଫିଙ୍ଗାଯାଇଛି !
24/11/2020 at 9:21 AM

ନବରଙ୍ଗପୁର ୨୪।୧୧: ବ୍ରିଜ ତଳ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଇନ୍ଦ୍ରାବତୀ ଓସିସି ବ୍ରିଜ ତଳୁ ମୃତଦେହ ଠାବ ହୋଇଛି। ମୃତକ ଖାତିଗୁଡ଼ା ଗାଁର ଉଦୟ ନାଥ ପ୍ରଧାନୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଖାଡିଗୁଡ଼ା ଗାଁର ଉଦୟ ନାଥ ପ୍ରଧାନୀ (୨୬) ରବିବାର ଦିନ ସଂଧ୍ୟା ସମୟରେ ଘର ବାହାରି କେଉଁ ଆଡେ ଯାଇଥିଲେ । ବହୁ ସମୟ ଧରି ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ସୋମବାର ଦିନ ଇନ୍ଦ୍ରାବତୀ ଓସିସି ବ୍ରିଜ ତଳେ ଉଦୟ ନାଥର ମୃତଦେହର ଦେବ ପଡିଥିବାର ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲା ।
ମୃତଦେହ ପଡିଥିବାର ଖବର ପାଇ ନବରଙ୍ଗପୁର ଏସ୍ଡିପିଓ ଏବଂ ଖାତିଗୁଡା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ପଡିଥିବା ନେଇ ପରିବାର ଲୋକେଙ୍କ ଜଣାଯାଇଥିଲା । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି କେହି ଉଦୟଙ୍କୁ ହତ୍ୟା କରି ଫିଙ୍ଗା ଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ମୃତକଙ୍କ ସ୍ତ୍ରୀ ନବିନା ପ୍ରଧାନୀ ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି । ଉଦୟଙ୍କ ୨ ପୁଅ ଅଛନ୍ତି । ସେହି ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ତାଙ୍କ ଏଭଳି ମୃତ୍ୟୁରେ ପରିବାର ଭାଙ୍ଗିଯାଇଛି । ଆଗକୁ ପରିବାର କିପରି ଚଳିବ , ସେ ଚିନ୍ତାର ସଦସ୍ୟ ।