ଅଚିହ୍ନା ଯୁବକଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା…
5/09/2020 at 1:23 PM

ଚାନ୍ଦବାଲି ୦୫।୦୯ : ଧାମରା ମେରାଇନ୍ ଥାନା ଚାନ୍ଦିନିପାଳ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।

ଧାମରା ମେରାଇନ ଥାନା ପୁଲିସ ଦ୍ଵାରା ଧାମରା ଚନ୍ଦିନିପାଳ ନିକଟରୁ ଏକ ଅଚିହ୍ନା ଯୁବକର ଗଳିତ ମୃତଦେହ ଠାବ କରାଯାଇଛି । ଯୁବକର ବୟସ ପାଖାପାଖି ୨୫ ହେବ ବୋଲି ଅନୁମାନ କରାଯାଉଛି । ମୃତଦେହଟି କେଉଁ ଆଡୁ ଆସିଲା କି ବୈତରଣୀ ନଦୀ ଦେଇ ଭାସି ଆସିଥିବା ଅନୁମାନ କରାଯାଉଛି । ତେବେ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳୁଛି । ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି ।