Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ରାସ୍ତାକଡ଼ରେ ପଡିଛି ମୃତଦେହ , ପୋଲିସର ତଦନ୍ତ ଜାରି…

13/08/2020 at 9:24 AM

ପଟ୍ଟାମୁଣ୍ଡାଇ ୧୩।୦୮: ରାସ୍ତାକଡ଼ରେ ପଡିଛି ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଗୁଆ ଛକ ନିକଟରେ ପଡିଛି ଯୁବକଙ୍କ ମୃତଦେହ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ବୁଧବାରଠାରୁ ରାସ୍ତାକଡ଼ରେ ଜଣେ ଯୁବକଙ୍କର ମୃତଦେହ ପଡ଼ିରହିଛି। ଦୁର୍ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଗୋଟେ ଦିନ ବତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଯୁବକଙ୍କ ମୃତଦେହ ପାଖରେ ଏକ ବାଇକ ପଡିରହିଛି । ଯୁବକ ଜଣଙ୍କ ନାଲି ରଙ୍ଗର ଟି-ସାର୍ଟ ଓ ଜିନ୍ସ ପ୍ୟାଣ୍ଟ ପିନ୍ଧି ଥିବାର ଦେଖିବାକୁ ମିଳିଛି। ସେହିପରି ଯୁବକଙ୍କ ମୃତଦେହ ପାଖରେ ଏକ ବ୍ୟାଗ୍‌ ପଡିରହିଛି । ତେବେ ଖବର ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାର ତଦନ୍ତ ଜାରି ରହିଛି।

   Related Posts