ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ, ପାଖରେ ପଡିଛି ମୋବାଇଲ ; ହତ୍ୟା ନା ଆତ୍ମହତ୍ୟା…

Published By : Prameya-News7 Bureau | October 14, 2020 IST

କଳାହାଣ୍ଡି ୧୪।୧୦: ଯୁବକତୀଙ୍କ ଝୁଲନ୍ତା ମୃତଦେହ ଠାବ । କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଥାନା ପାଲଜୋର ଗାଁ ନିକଟରେ ଥିବା ବଗିଚାରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":344011,"sizeSlug":"large"}

ଖବର ଅନୁଯାୟୀ, ଥୂଆମୂଳ ରାମପୁର ଥାନା ପାଲଜୋର ଗାଁ ବଗିଚାରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ଦେଖିବା ମାତ୍ରେ ତୁରନ୍ତ ସ୍ଥାନୀୟ ଲୋକ ପୋଲିସକୁ ଜଣାଇଥିଲେ । ପୋଲିସ ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ମୃତଦେହ ନିକଟରୁ ଏକ ମୋବାଇଲ ମଧ୍ୟ ଜବତ ହୋଇଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହର ପରିଚୟ ମିଳିପାରିନାହିଁ । ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଏହା ହତ୍ୟା ନା ଆତ୍ମହତ୍ୟା ଏପରି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.