ଯୁବତୀଙ୍କ ଗଳିତ ମୃତଦେହ ଠାବ : ପାହାଡ଼ ଉପରେ ପଡିରହିଛି ଖପୁରୀ-କଙ୍କାଳ-ଡ୍ରେସ୍ , ହତ୍ୟା ସନ୍ଦେହ

Published By : Prameya-News7 Bureau | August 26, 2020 IST

ଗଞ୍ଜାମ ୨୬।୦୮:  ପାହାଡ଼ ଉପରୁ ଯୁବତୀଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଗୋଛାବାଡି ପଞ୍ଚାୟତ ଚେଙ୍ଗ ଓ  ବେରୁହାଁବାଡି  ନିକଟ ପାହାଡରେ ଏକ ଅଜଣା ଯୁବତୀର ଗଳିତ ଶବ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

{"id":320179,"sizeSlug":"large"}

ସୂଚନାଯୋଗ୍ୟ ଯେ, ପାହାଡ଼ ଉପରେ ମୃତହେହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କେବଳ ଖପୁରୀ, କଙ୍କାଳ ଓ ଡ୍ରେସ ଥିବା ଦେଖିବାକୁ ମିଳିଛି । ପାହାଡ଼ ଉପରେ ଯୁବତୀଙ୍କୁ ନେଇ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁରଷୋତ୍ତମପୁର SDPO  ଓ ସାଇଣ୍ଟିଫିକ ଟିମ ପହଞ୍ଚି ଖପୁରୀ, କଙ୍କାଳ ଆଦି ଜବତ କରି ବ୍ରହ୍ମପୁର ମେଡ଼ିକାଲକୁ  ପୋଷ୍ଟମଟମ୍ ପାଇଁ  ପଠାଇ ଦିଆଯାଇଛି  । ଏ ନେଇ ପୋଲସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

{"id":320180,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.