ରାସ୍ତାକଡରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ହତ୍ୟା ସନ୍ଦେହ

Published By : Prameya-News7 Bureau | August 23, 2020 IST

ପାଟଣା ୨୩।୦୮: ରାସ୍ତାକଡ଼ରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ ହତ୍ୟା ସନ୍ଦେହ କରାଯାଇଉଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା କରଞ୍ଜିଆପଡା ଗାଁର ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କରଞ୍ଜିଆପଡ଼ା ଗାଁ ପୋଖରୀ ନିକଟରୁ ଜଣେ  ଯୁବକ ଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ହୋଇଛି ।  ମୃତ ଯୁବକ  ନୂଆଗାଁ ଗ୍ରାମର ଗୋବିନ୍ଦ ପଇଦା ବୋଲି ଜଣା ପଡ଼ିଛି। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ଥିବା ବେଳେ କେହି ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପାଟଣା ପୋଲିସ  ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.