Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ରାତିରୁ ନିଖୋଜ ଥିଲେ ବୃଦ୍ଧ, ଗାଁ ପୋଖରୀରୁ ଠାବ ହେଲା ମୃତଦେହ

4/11/2020 at 8:24 AM

ଚାନ୍ଦବାଲି ୦୪।୧୧: ପୋଖରୀରେ ବୁଡ଼ି ବୃଦ୍ଧ ମୃତ୍ୟୁ ହୋଇଛି  । ମୃତକ କିଶୋର ଜେନା  , ତାଙ୍କ ବୟସ ୭୦ ବୋଲି ଅନୁମାନ କରାଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଷଣ୍ଢପଡ଼ା ଗାଁର ଘଟଣା ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ କୌଣସି କାମ ବାହାରକୁ ଯାଇ ଆଉ ଫେରିନଥିଲେ । ଏପରିକି ସଂଧ୍ୟା ପର୍ଯ୍ୟନ୍ତ କିଶୋର ଘରକୁ ଫେରିନଥିବାର ଦେଖି ପରିବାର ଲୋକେ ବ୍ୟସ୍ତ ହୋଇଥିଲା । ଘରଲୋକ ବହୁ ଖୋଜଖୋଜି କରି କୌଣସି ସୂଚନା ପାଇନଥିଲେ । କିନ୍ତୁ ଆଜି ସକାଳ ସମୟରେ ଗାଁ ନିକଟରେ ଥିବା ପୋଖରୀରେ ଜାଲ ସାହାଯ୍ୟରେ ଖୋଜାଖୋଜି କରିଥିଲେ , ମଧ୍ୟ କୌଣସି ପତ୍ତା ମିଳିନଥିଲା ।

ସେପଟେ ଆଉ ଏକ ପୋଖରୀରେ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଖରୀ ମାଲିକ ଅନୁଯାୟୀ,  ଗେଟ ବନ୍ଦଥିଲା । କେମିତି ପୋଖରୀକୁ ମୃତଦେହ ଆସିଲା , ତାହା ଜାଣିନାହିଁ । ଘଟଣାସଂପର୍କରେ ମୁଁ କିଛି ଜାଣିନାହିଁ ବୋଲି କହିଥିଲେ । କିଛି ସମୟ ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

   Related Posts