Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଡ୍ୟାମ୍‌ରେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ , ୧୨ଘଣ୍ଟା ପରେ ବୃଦ୍ଧଙ୍କ ମୃତଦେହ ଠାବ

2/11/2020 at 12:02 PM

ଆନନ୍ଦପୁର ୦୨।୧୧: ଗୋଧୋଇବା ବେଳେ ପାଣିରେ ବୁଡିଯାଇ ନିଖୋଜ ଥିବା ବୃଦ୍ଧଙ୍କ ମୃତଦହେ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସ ଥାନ ସାନନ୍ଦୀ ନଦୀର ବିଦ୍ୟାଧରପୁର ଡ୍ୟାମ୍‌ରେ ଗୋଧୋଇବା ବେଳେ ନିଖୋଜ ହୋଇଯାଇଥିଲେ । ମୃତକଙ୍କ ନାମ ଶତୃଘ୍ନ ଦାଶ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ଦିନ ଅପରାହ୍ନ ସମୟରେ ଘାସକାଟି ଘରକୁ ଫେରିବା ବାଟରେ ବିଦ୍ୟାଧରପୁର ଡ୍ୟାମ୍‌ରେ ଗୋଧୋଇବାକୁ ଯାଇଥିଲେ ଶତୃଘ୍ନ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାକୁ, ଘରଲୋକେ ବହୁ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା । ତେବେ ରାତିରେ ଖୋଜିବା ସମୟରେ ଡ୍ୟାମ୍‌ ନିକଟରେ ତାଙ୍କ ସାଇକେଲ, ଘାସବିଡ଼ା ଓ ଚପଲ ପଡିଥିବାର ଦେଖି , ସେ ଗୋଧୋଇବା ସମୟରେ ପାଣିରେ ବୁଡିଯାଇଥିବା ସନ୍ଦେହ କରାଯାଉଥିଲା । ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି ପରେ ଶତୃଘ୍ନଙ୍କ ମୃତଦେହ ଉଦ୍ଧାର କରିଛି ।

   Related Posts