୧୬୦୦କିଲୋ ଓଜନର ମଇଁଷି ପ୍ରତିଦିନ ପିଇଥାଏ ୧୦କିଲୋ କ୍ଷୀର , ଖାଇଥାଏ ୨ଡଜନ କଦଳୀ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | October 31, 2019 IST

ହାଇଦ୍ରାବାଦ ୩୧/୧୦: ହାଇଦ୍ରାବାଦରେ ଆୟୋଜିତ ପଶୁମେଳାରେ ଦେଶ ବ୍ୟାପି ଭିନ୍ନ ଭିନ୍ନ ସ୍ଥାନରୁ ପଶୁ ଆସୁଛନ୍ତି। ଏହି ସବୁ ପଶୁମାନଙ୍କ ମଧ୍ୟରେ ହରିୟାଣାରୁ ଆସିଥିବା ମଇଁଷି ସରତାଜ ମେଳାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସରତାଜର ଉଚ୍ଚତା ୭ଫୁଟ ହୋଇଥିବାବେଳେ ମୁଣ୍ଡରୁ ଲାଞ୍ଜ ଯାଏଁ ଏହାର ଉଚ୍ଚତା ପାଖାପାଖି ୧୫ଫୁଟ।

{"id":177428}

ହାଇଦ୍ରାବାଦର ନାରାୟଣଗୁଡ଼ାରେ ଆୟୋଜିତ ଏହି ମେଳା​‌ରେ ସରତାଜକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକ ଆସୁଥିଲେ। ହାଇଦ୍ରାବାଦର ପୋଲିସ କମିଶନର ଅଞ୍ଜନି କୁମାର ମଧ୍ୟ ମଇଁଷିର ଚେହେରା ଦେଖି ଚମକି ଯାଇଥିଲେ। ସେ ସରତାଜ ସହ ଫଟୋ ଉଠାଇଥିଲେ।

{"id":177429}

କୁହାଯାଇଛି ସରତାଜକୁ ଗତ ବର୍ଷ ମଧ୍ୟ ଏହି ମେଳାରେ ୧.୨୫ଲକ୍ଷ ଟଙ୍କାର ପୁରସ୍କାର ମିଳିଥିଲା। ଏହି ମଇଁଷିଟି ମୁରାହ ପ୍ରଜାତିର। ହରିୟାଣାରେ ସରତାଜ ଏବେ ଯାଏଁ ୨୫ଟି ପୁରସ୍କାର ଜିତି ସାରିଛି।

{"id":177430}

ସରତାଜର ଦେଖାଶୁଣା କରୁଥିବା ଶଙ୍କର ଯାଦବ କହିଛନ୍ତି ଯେ ଏହାର ଓଜନ ୧.୬ଟନ୍ ଅର୍ଥାତ୍ ୧୬୦୦କିଲୋ । ଏହାକୁ ପ୍ରତିଦିନ ୭ପ୍ରକାରର ଡାଲି,୧ କିଲୋ ଡ୍ରାଏଫ୍ରୃଟ,୧୦ଲିଟର କ୍ଷୀର,୨ ଡଜନ କଦଳୀ ଦିଆଯାଇଥାଏ। ଏହା ବ୍ୟତୀତ ପ୍ରତିଦିନ ୫କିଲୋମିଟର ବୁଲାଯାଇଥାଏ।

{"id":177431,"width":589,"height":333}

ପ୍ରତିଦିନ ୨ଥର ସରତାଜକୁ ତେଲ ମାଲିସ୍ କରାଯାଇଥାଏ। ଏହାକୁ କିଣିବା ପାଇଁ ଅନେକ ଲୋକ ଆସି ସାରିଛନ୍ତି,କିନ୍ତୁ ସେମାନେ ବିକିବାକୁ ଚାହଁନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.