Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବନ୍ଧୁପତ୍ନୀ ସହ ପରକୀୟା ପ୍ରିତିରେ ପଡିଲେ କ୍ରିକେଟର ମୁରଲୀ ବିଜୟ, ତା’ପରେ କଣ ହେଲା ଜାଣନ୍ତୁ…ଫିଲ୍ମି ଷ୍ଟୋରୀଠୁ କମ ନୁହଁ ଏହି କାହାଣୀ

ପେବୃଆରୀକୁ ପ୍ରେମର ମାସ ବୋଲି କୁହାଯାଏ। ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇସାରିଛି। ତେବେ ପ୍ରେମ ପ୍ରକାଶ ପାଇଁ କିଛି ଖାସ ଦିନର ଆବଶ୍ୟକ ହୋଇନଥାଏ। କାରଣ ପ୍ରେମ ନିବେଦନ ପ୍ରେମିକ କିମ୍ୱା ପ୍ରେମିକାଙ୍କୁ କୌଣସି ମୂହୁର୍ତ୍ତରେ ବି କରାଯାଇପାରିବ। ଭାଲେଣ୍ଟାଇନ ଡେ ସ୍ପେଶାଲ ହୋଇଥିବାରୁ ସମସ୍ତେ ଏହି ଦିନକୁ ଅପେକ୍ଷା କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ବାସ୍ତବ ଜୀବନର କାହାଣୀ କହିବୁ ଯେଉଁଥିରେ ଅଛି ପ୍ରେମ , ପ୍ରତାରଣା, ପରକୀୟା ପ୍ରିତିର ଝଲକ । ଏ କାହାଣୀ ବି କୌଣସି ଫିଲ୍ମର କାହାଣୀଠୁ କମ ନୁହେଁ ।

ବଲିଉଡ ଭଳି କ୍ରିକେଟ ଜଗତର ତାରକାଙ୍କ ପ୍ରେମ କାହାଣୀ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ। ଦିନେଶ କାର୍ତ୍ତିକ ଭାରତୀୟ କ୍ରିକେଟ ଦଳର ଜଣେ ଭଲ ଖେଳାଳି ଥିଲେ । ଏବେ ସେ ଆଇପିଏଲ ଖେଳୁଛନ୍ତି ।   ୨୦୦୪ ମସିହାରେ ଦିନେଶ କାର୍ତ୍ତିକ ଭାରତୀୟ କ୍ରିକେଟ ଜଗତରେ ପାଦ ଦେଇଥିଲେ। ଦିନେଶଙ୍କ ପୁରା ନାଁ କୃଷ୍ଣ କୁମାର ଦିନେଶ କାର୍ତ୍ତିକ। ୧୯୮୫ ମସିହା ଜୁନ ମାସ ୧ ତାରିଖ ତାମିଲନାଡୁରେ ଦିନେଶଙ୍କ ଜନ୍ମ ହୋଇଥିଲା। ୧୦ ବର୍ଷ ବୟସରେ ଦିନେଶ କାର୍ତ୍ତିକ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦୦୨ ମସିହାରେ ସେ ତାମିଲନାଡୁ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୦୪ ମସିହାରେ ଅଣ୍ଡର ୧୯ ୱାଲର୍ଡ କପରେ ସେ ଭାରତ ପାଇଁ ଖେଳିଥିଲେ।

ମୁରଲୀ ବିଜୟ ମଧ୍ୟ ଜଣେ ଭଲ କ୍ରିକେଟର । ୨୦୧୦ ମସିହାରେ ସେ ଭରତୀୟ ଦଳରେ ସାମିଲ ହୋଇ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଆନ୍ତର୍ଜାତିକ ଏକ ଦିବସୀୟ ଖେଳିଥିଲେ । ମୁରଲୀ ବିଜୟ ଏବଂ ଦୀନେଶ କାର୍ତ୍ତିକ ପରସ୍ପରର ଭଲ ବନ୍ଧୁ ମଧ୍ୟ ଥିଲେ ।  

ନିକିତାଙ୍କୁ ଦିନେଶ କାର୍ତ୍ତିକ ବିବାହ କରିଥିଲେ । ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ ଭଲ ଚାଲିଥିଲା । ହେଲେ ଆଇପିଏଲର ଗୋଟେ ମ୍ୟାଚରେ  ମୁରଲୀ ବିଜୟ ଓ ଦୀନେଶ କାର୍ତ୍ତିକଙ୍କ ସ୍ତ୍ରୀ ନିକିତାଙ୍କ ଭେଟ ହେବାପରେ ଆରମ୍ଭ ହେଲା କାହାଣୀରେ ଟ୍ବିଷ୍ଟ । ନିକିତା ଏବଂ ମୁରଲୀ ବିଜୟ ପ୍ରଥମ ଦେଖାରୁ ହିଁ ପରସ୍ପରକୁ ମନ ଦେଇ ବସିଲେ । ଦୀନେଶ କାର୍ତ୍ତୀକଙ୍କ ଅଗୋଚରରେ ଆରମ୍ଭ ହେଲା ପରକୀୟା ପ୍ରିତିର ପର୍ବ । ଲୁଚି ଛପି ଉଭୟେ ଡେଟ୍‌ କରିବାକୁ ଲାଗିଲେ । ମୁରଲୀଙ୍କୁ ଧିରେ ଧିରେ ଜାଣିଲା ପରେ ତାଙ୍କୁ ଜୀବନ ସାଥୀ କରିବାକୁ ନିଷ୍ପତ୍ତି ନେଲେ। ସତ କେବେ ଲୁଚି ରହେନା ନ୍ୟାୟରେ ନିକିତା ଓ ମୁରଲୀଙ୍କ ଚୋରା ପିରତି ପଦାରେ ପଡିବାକୁ ଲାଗିଲା । ଦୀନେଶ କାର୍ତ୍ତିକ ମଧ୍ୟ ଏହାର ସୂଚନା ପାଇଲେ । ଏହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହେଲା କଳହ । ଦାମ୍ପତ୍ୟ ଜୀବନରେ ଲାଗିଲା ନିଆଁ ।  ଶେଷରେ ନାକିତା ଦୀନେଶଙ୍କ ସହ ବିବାହ ବଂଧନରୁ ନିଜକୁ ମୁକ୍ତ କରି ମୁରଲୀଙ୍କ ସହ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଲେ।

ସୂଚନାଯଗ୍ୟ ଯେ ଏହି କାରଣରୁ ଦିନେଶ କାର୍ତ୍ତିକ ଓ ମୁରଲୀ ବିଜୟଙ୍କ ମଝିରେ ଝଗଡା ସୃଷ୍ଟି ହୋଇଥିଲା। ୨୦୧୨ ମସିହାରେ ଦିନେଶଙ୍କୁ ଛାଡପତ୍ର ଦେଇ ମୁରଲୀଙ୍କୁ ବିବାହ କରିଥିଲେ ନିକିତା । ଆଜି ଦିନରେ ଉଭୟଙ୍କର ଗୋଟେ ୩ ବର୍ଷର ପୁଅ ଅଛି। ତେଣୁ ଦିନେଶ କାର୍ତ୍ତିକ ମଧ୍ୟ ଭାରତୀୟ ସ୍କୱାଶ ଖେଳାଳି ଦୀପିକା ପଲ୍ଲୀକଲଙ୍କୁ ବିବାହ କରିଥିଲେ ଏବଂ ଦୁହେଁ ନିଜ ଜୀବନରେ ବହୁତ ଖୁସି ମଧ୍ୟ ଅଛନ୍ତି।

645 Views

   ସମ୍ବନ୍ଧିତ ଖବର