ମୁରଲୀ ବିଜୟଙ୍କ ସହ ଡିନର ପାଇଁ ରାଜି ଏଲିସ୍ ପେରୀ, କିନ୍ତୁ ରଖିଲେ ଏହି ସର୍ତ୍ତ

Published By : Prameya-News7 Bureau | May 04, 2020 IST

ସିଡନୀ, ୦୪|୦୫ : ଭାରତୀୟ କ୍ରିକେଟର ମୁରଲୀ ବିଜୟ ନିକଟରେ ଶିଖର ଧାଓ୍ୱନ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଏଲିସ୍ ପେରୀଙ୍କ ସହ ରାତ୍ର ଭୋଜନରେ ଯିବାକୁ ଇଛା ପ୍ରକାଶ କରିଥିଲେ । ଧାବନ ଜଣେ ମଜାଦାର ବ୍ୟକ୍ତି ସେ ହିନ୍ଦୀରେ କଥା ହେବେ ଓ ସେ ତାହାର ତାମିଲଲ ଅନୁବାଦ କରିବେ ବୋଲି କହିଥିଲେ । ଏବେ ଏଲିସ୍ ପେରୀ ମୁରଲୀଙ୍କ ଏହି ପ୍ରସ୍ତାବ ଉପରେ ମଜାଳିଆ ଉତ୍ତର ରଖିଛନ୍ତି ।

ପେରୀ କହିଛନ୍ତି ଯେ, ମୁରଲୀ ବିଜୟ ବିଲ୍ ପେମେଣ୍ଟ କରିବେ ବୋଲି ଆଶା ରହିଛି । ଏପରି ହେଲେ ସେ ପ୍ରଭାବିତ ହେବେ । ମହିଳା କ୍ରିକେଟରେ ଶ୍ରେଷ୍ଠ ଅଲରାଉଣ୍ଡର କୁହାଯାଉଥିବା ପେରୀ ଶେଷ ଥର ପାଇଁ ଟି୨୦କ୍ରିକେଟ ଖେଳିଥିଲେ । ଲିଗ୍ ପର୍ଯ୍ୟାୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ । ସେ ଫାଇନାଲ ମ୍ୟାଚ ମଧ୍ୟ ଖେଳିପାରି ନଥିଲେ । ତେବେ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୮୫ ରନରେ ପରାସ୍ତ କରିଥିଲା ।

୨୯ ବର୍ଷୀୟ ପେରୀ ଏବେ କରୋନା ଭାଇରସ ପାଇଁ ଘରେ ରହିଛନ୍ତି । ନିକଟରେ ସେ ଡବ୍ଲ୍ୟୁବିବିଏଲ ସହ ଚୁକ୍ତି ସ୍ୱାକ୍ଷରିତ କରିଥିଲେ । ସେ ସିଡନୀର ସିକ୍ସର ପାଇଁ ଖେଳିବେ । ମୁରଲୀ ବିଜୟ ମଧ୍ୟ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିଥାନ୍ତି । କିନ୍ତୁ କରୋନା ପାଇଁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.