Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସ୍‌ଆଇ ଗିରଫ

29/07/2020 at 12:30 PM

ବଲାଙ୍ଗିର ୨୯।୭: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ସବ୍‌ ଇନ୍ସପେକ୍ଟର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମୁରିବାହାଲ ଥାନା ସବ୍‌ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଗୁଡିଘାଟ ଖରବାହାଳି ସଂଜୀବ କୁମାର ପ୍ରଧାନଙ୍କ ଭାଇଙ୍କର ୨୦୧୯ର ଏକ ମାମଲାର ତଦନ୍ତକାରୀ ଅଫିସର ଥିଲେ ସବ୍‌ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ । ମାମଲାର ଚାର୍ଜସିଟ୍ କୋହକ କରିବାକୁ ସଂପୃକ୍ତ ସବ୍ ଇନ୍ସପେକ୍ଟର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଥାନାରେ ୧୦ ହଜାର ଟଙ୍କା ନେଉଥିବା ବେଳେ ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଏସଆଇ ରହୁଥିବା ବ୍ୟାରେକରୁ ୬୮ ହଜାର ୯୦୦ଟଙ୍କା ବାହାରିଥିବା ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି । ଏହା ସହ ଭବାନୀପାଟଣା ସାକ୍ଷୀପଡା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି ।

   Related Posts