ଯୁବକଙ୍କୁ ମରଣାନ୍ତର ଆକ୍ରମଣ

Published By : Prameya-News7 Bureau | March 08, 2019 IST

ଅନୁଗୁଳ ୮|୩ : ଛେଣ୍ଡିପଦା ଥାନା ଅନ୍ତର୍ଗତ କମ୍ପସଲା ଗାଁର ଜିତୁ ଦେହୁରୀଙ୍କୁ ସଂଘବଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ଜିତୁଙ୍କ ମୁଣ୍ଡ ଫାଟିବା ସହ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। କଙ୍କଡ଼ାଝରଣ ଠାରେ ବିଳମ୍ବିତ ରାତିରେ ହୋଇଛି ଆକ୍ରମଣ। ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କାରଣରୁ ଆକ୍ରମଣ ହୋଇଥିବା ଅନୁମାନ। ସେ କମ୍ପସଲାରୁ କଙ୍କଡ଼ାଝରଣ ସଂପକୀୟ ପିଉସୀ ଘରକୁ ଯାଇଥିଲା ମେଳା ଦେଖିବା ପାଇଁ। ସେଠି କିଛି ପିଲା ମିଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଖବର ପାଇ ଛେଣ୍ଡିପଦା ପୋଲିସ ପହଁଚି ଜିତୁକୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.