Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ରକ୍ତମୁଖା ବୋହୂ: ଶାଶୁ-ଶ୍ଵଶୁରଙ୍କୁ ତଣ୍ଟି ଚିପିବା ପରେ ଛୁରି ଭୁସି ମାରିଲା, ହତ୍ୟାକାଣ୍ଡ ଘଟିବା ବେଳେ ଶୋଇଥିଲେ ସ୍ଵାମୀ ଓ ପିଲାମାନେ

24/04/2020 at 7:25 PM

ଦିଲ୍ଲୀ ୨୪।୦୪: ଦିଲ୍ଲୀ ସମେତ ପୂରା ଦେଶରେ କରୋନାର ପ୍ରକୋପ ଜାରି ରହିଛି। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ବନ୍ଦୀ ପରି ରହୁଛନ୍ତି। ଲକ୍‌ଡାଉନ୍‌ର ଏହି ସମୟରେ ଘରୋଇ ହିଂସା ବଢିଥିବା ଦେଖିବାକୁ ମିଳିଛି। ଏମିତି ଏକ  ହିଂସାତ୍ମକ ଘଟଣା ଦିଲ୍ଲୀର ଛାବଲା ଅଞ୍ଚଳରେ ଘଟିଛି, ଯେଉଁଠି ବୋହୂ  ରକ୍ତମୁଖା ହୋଇ ନିଜର ଶାଶୁ ଓ ଶ୍ଵଶୁରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛି।

ସୂଚନା ଅନୁସାରେ ବୋହୂ କବିତା(୩୫) ଶୁକ୍ରବାର ସକାଳେ ନିଜ ଶାଶୁ ଓ ଶ୍ଵଶୁରଙ୍କ ତଣ୍ଟି ଚିପିବା ପରେ ଛୁରି ଭୁସି ହତ୍ୟା କରିଛି। ସକାଳ ୧୧ଟାରେ ପୋଲିସକୁ ଏହି ଘଟଣାର ସୂଚନା ମିଳିଛି। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ କବଜାକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପୋଲିସ ପୁଅ-ବୋହୂକୁ ନିଜ ହେପାଜତକୁ ନେଇ ଜେରା କରୁଛି। ଏହି ଘଟଣା ଛାବଲା ଥାନା ଅନ୍ତର୍ଗତ ଦିନପୁରରେ ଘଟିଛି। କୁହାଯାଉଛି ଯେ, ହତ୍ୟା ସମୟରେ ଅଭିଯୁକ୍ତ ସ୍ତ୍ରୀର ପତି ଏବଂ ଦୁଇଟି ପିଲା (୬ ଓ ୮ ବର୍ଷ )ଘରେ ଥିଲେ।

ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ଧନ ସଂପତ୍ତିକୁ କେନ୍ଦ୍ର କରି  ବୋହୂ ଶାଶୁ-ଶ୍ଵଶୁରଙ୍କ ହତ୍ୟା କରିଛି। ସଂପ୍ରତି ପୋଲିସ ଘଟଣା ବିଷୟରେ କିଛି କହିବାକୁ ମନା କରି ଦେଇଛି।

   Related Posts