ମହିଳାଙ୍କୁ ବିଭତ୍ସ ହତ୍ୟା ! ଟ୍ରେନ ଲାଟ୍ରିନରେ ଗଣ୍ଡି,ରେଳବାଇ ଫାଟକରେ ମୁଣ୍ଡ : ନା ମାନେ ନା

Published By : Prameya-News7 Bureau | June 21, 2018 IST

ବୀଭତ୍ସ ହତ୍ୟା । ଅତି ନୃଶଂସ ଭାବେ ମହିଳାଙ୍କୁ ହତ୍ୟା । ଟ୍ରେନ୍ ଲାଟ୍ରିନରେ ଗଣ୍ଡି, ଟ୍ରାକରେ ପଡ଼ିଛି ମୁଣ୍ଡ । ପୁରୀ-ଗୁଣପୁର ଟ୍ରେନ୍ ପୁରୀ ଷ୍ଟେସନରେ ଲାଗିବା ମାତ୍ରେ ଦେଖିବାକୁ ମିଳିଲା ଏଭଳି ବର୍ବର ହତ୍ୟାକାଣ୍ଡ । ଟ୍ରେନ୍ ଲାଟ୍ରିନରେ ପଡ଼ିଥିଲା ମୁଣ୍ଡବିହୀନ ଶବ । ଆଉ ଡେଲାଙ୍ଗ ଷ୍ଟେସନ୍ ପାଖ ବେରବୋଇ ଫାଟକ ପାଖରେ ପଡ଼ିଥିଲା ମୁଣ୍ଡ । ପୁଣି ମୁହଁରେ ରହିଛି ୫-୬ଟି କଟା ଦାଗ । ଗୁଣୁପୁରରୁ ଟ୍ରେନ୍ ଆସିଥିଲା ପୁରୀ । ରାତି ୧୨ଟା ୧୦ରେ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପହଞ୍ଚିଥିଲା । ସେଠାରୁ ୪ଟା ୫୦ରେ ପୁରୀ ଅଭିମୁଖେ ଛାଡ଼ିଥିଲା । ମାଳତୀ ପାଟପୁରରେ ଅଧ ଘଣଅଟାଏ ରହିବା ପରେ ସକାଳ ୬ଟା ୧୫ରେ ପହଞ୍ଚିଥିଲା ପୁରୀ ଷ୍ଟେସନରେ । ଆଉ ଟ୍ରେନ୍ ଲାଗୁ ଲାଗୁ କିଛି ଯାତ୍ରୀଙ୍କ ନଜରରେ ପଡ଼ିଥିଲା ମହିଳାଙ୍କ ମୁଣ୍ଡ ବିହୀନ ଶବ । ସଙ୍ଗେ ସଙ୍ଗେ ଆରପିଏଫ୍, ଜିଆରପି ଏବଂ ପୁରୀ ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ କିଛି ନମୁନା ସଂଗ୍ରହ କରିଛି । ବେସିନରେ ପଡ଼ିଥିବା ରକ୍ତଲଗା ଛୁରୀକୁ ମଧ୍ୟ ଉଦ୍ଧାର କରାଯାଇଛି । ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତେବେ ତାଙ୍କ ହାତରେ ତେଲୁଗୁରେ ଚିତା କୁଟାଯାଇ କିଛି ଲେଖାଅଛି । ଇନକ୍ୱେଷ୍ଟ ପରେ ସବୁ ଆଙ୍ଗଲକୁ ଏକ୍ସପ୍ଲୋର୍ କରି ପୋଲିସ୍ ତଦନ୍ତ ଚଳାଇଛି । ଡେଲାଙ୍ଗ ବେରବୋଇ ଫାଟକ ନିକଟରେ ପଡ଼ିଥିବା ମୁଣ୍ଡଟି ଏହି ମହିଳାଙ୍କର ବୋଲି ଅନୁମାନ କରାଯାଉଛି । କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ମହିଳାଙ୍କୁ ହତ୍ୟା କଲା ତାହା ସନ୍ଦେହଘେରରେ । ତଦନ୍ତ ପରେ ତାହା ସ୍ପଷ୍ଟ ହେବ । ତେବେ ପାରିପାର୍ଶ୍ବିକ ସ୍ଥିତି କହୁଛି, ମହିଳାଙ୍କୁ ଟ୍ରେନ୍ ଲାଟ୍ରିନ ଭିତରେ ହିଁ ଗଳାକାଟି ହତ୍ୟା କରାଯାଇଛି । ହତ୍ୟା ପରେ ଦୁର୍ବୃତ୍ତ ମୁଣ୍ଡଟିକୁ ବେରବୋଇ ଫାଟକ ପାଖରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ସେପଟେ ହତ୍ୟା ପୂର୍ବରୁ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଏଡ଼ାଯାଇ ପାରୁନି । ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଛି ନିଶ୍ଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.