ଦୁର୍ଘଟଣା ନୁହେଁ ହତ୍ୟା, ପରିବାରର ୭ ଜଣଙ୍କୁ ହତ୍ୟା କଲା ପୁଅ…
5/10/2019 at 12:29 PM

ଅମ୍ରାପୁର୫|୧୦: ସେପ୍ଟେମ୍ବର ୨୬ ତାରିଖରେ କାର ଦୁର୍ଘଟଣାରେ ଗୋଟିଏ ପରିବାର ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇଛି। ସୁରିନ୍ଦର ସିଂହଙ୍କ ପରିବାରର ୭ ଜଣ ଲୋକ କାର ଦୁର୍ଘଟଣାରେ ମୃତ୍ୟୁ କରିଛନ୍ତି। ପ୍ରୟୋଜିତ ଦୁର୍ଘଟଣାର ଷଡ଼ଯନ୍ତ୍ର ରଚିଥିବା ଅଭିଯୁକ୍ତ ହେଉଛି ପରିବାର ଜଣେ ସଦସ୍ୟ। ପରିବାର ଲୋକ ଗାଡ଼ିରେ ଯିବା ସମୟରେ ପରିବାର ସଦସ୍ୟ ଅର୍ଥାତ ଘର ପୁଅ କାରକୁ ଜାଣିଶୁଶି କେନାଲ ଭିତରକୁ ଗଢ଼ାଇ ଦେଇଥିଲା। ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅଭିଯୁକ୍ତକୁ ପୋଲିସ ଗିରଫ କରି ପଚରାଉଚାର କରିବା ପରେ ସେ ନିଜ ଦୋଷ ସ୍ବୀକାର କରିଛି। ପରିବାରିକ କଳହ ଓ ସମ୍ପତ୍ତି ଲୋଭରେ ସେ ଏଭଳି କରିଥିବା କଥା ପୋଲିସ ସାମ୍ନାରେ କହିଛି। ଥାନା ଅଧିକାରୀ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୬ ତାରିଖରେ ଅମ୍ରାପୁର ବାସିନ୍ଦା ସୁରିନ୍ଦର ସିଂହ ତାଙ୍କ ପତ୍ନୀ କୁଲବିନ୍ଦର କୌର, ମାଆ ସ୍ବର୍ଣ୍ଣ କୌର, ଝିଅ ସୋନା କୌର ଓ ସିମରନ୍, ପୁଅ ସାଜନ, ବଡ଼ ଭାଇ ବଲବିନ୍ଦର ସିଂହ ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଲଖ୍ବିନ୍ଦର ମିଶି କାର୍ରେ ଯାଉଥିଲେ। ପରିବାର ଲୋକ ଯାଉଥିବା କାର୍କୁ ବଲବିନ୍ଦର ସିଂହ ଚଳାଉଥିଲେ। ତୁତଓ୍ବାଲା ଗାଁ ନିକଟରେ ଥିବା କେନାଲ ତଳକୁ ବଲବିନ୍ଦର ସିଂହ ଗାଡ଼ିକୁ ଗଢ଼ାଇ ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। କାରର ଷ୍ଟେରିଂ ଲକ୍ ହେବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କଥା ପୋଲିସ ସୂଚନା ଦେଇଛି। କିନ୍ତୁ ଦୋଷୀକୁ ଧରିବା ଲାଗି ପୋଲିସ ସବୁ ଦିଗରେ ଜାଲ ବିଛାଇ ଥିଲା ।
ଶେଷରେ ପରିବାର ସଦସ୍ୟ ବଲବିନ୍ଦର ସିଂହ ହେଉଛନ୍ତି ହତ୍ୟାକାରୀ ବୋଲି ପୋଲିସ ସନ୍ଦେହ କରିବା ଆରମ୍ଭ କରିଥିଲା । ପାରିବାରିକ କହଳକୁ ନଜର କରି ପୋଲିସ ବଲବିନ୍ଦରଙ୍କୁ ପଚରାଉଚାର କରିଥିଲା। ଶେଷରେ ପୋଲିସ ବଲବିନ୍ଦର ସିଂହଙ୍କୁ ଗିରଫ କରିଥିଲା। ପାରିବାରିକ କଳହ ଓ ସମ୍ପତ୍ତି ହଡ଼ପ କରିବା ପାଇଁ ଅଭିଯୁକ୍ତ ବଲବିନ୍ଦର ସିଂହ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା କଥା ପୋଲିସ କହିଛି।