ମହିଳା ଡ଼୍ରଗ ଇନିସପେକ୍ଟରଙ୍କୁ ଗୁଳି ମାରି ହତ୍ୟା

Published By : Prameya-News7 Bureau | March 29, 2019 IST

ମୋହାଲୀ ୨୯/୩  ମହିଳା ଡ଼୍ରଗ ଇନସିପେକ୍ଟରଂକୁ ଗୁଳିକରି ହତ୍ୟା । ଆଜି ଅଫିସରେ ବସିଥିବା ସମୟରେ ଜଣେ ଦୁବୃର୍ତ୍ତ ଗୁଳିକରି ହତ୍ୟା କରିଥିବା ଜଣାଯାଇଛି ।

ମୋହାଲୀ ଖରଡ଼ରେ ଥିବା ଡ଼୍ରଗ,ଫୁଡ଼ ଓ କେମିକାଲ ଟେଷ୍ଟିଂ ଲାବୋଟେରୀରେ ଅଚାନକ ଜଣେ ଦୁବୃର୍ତ୍ତ ପ୍ରବେଶ କରିଥିଲେ । ଇନିସପେକ୍ଟର ନେହାଙ୍କୁ ଅଚାନକ ଗୁଳି ଚଳାଇଥିଲେ ଦୁବୃର୍ତ୍ତ । ନେହା ଚେୟାରରୁ ଟିକେ ଘୁଂଚି ଯିବାରୁ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା ।

ଗୁରୁତର ନେହାଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ହସପିଟାଲ ଯିବା ବାଟରେ ନେହାଙ୍କ ମୃତ୍ୟୁ ହୋଇଥିଲା । ଯାହା ଜଣାପଡ଼ୁଛି ବଠିଣ୍ଡାରେ ଥିବା ଏକ ମେଡ଼ିସିନ ଦୋକାନର ଲାଇସେନ୍ସ କିଛି ଦିନ ତଳେ ରଦ୍ଦ କରିଥିଲେ । ଏହି ମେଡ଼ିସିନ ଦୋକାନ ମହିନ୍ଦର ସିଂ ନାମକ ଜଣେ ବ୍ୟକ୍ତିଙ୍କର ଥିଲା । ମହିନ୍ଦର ଏହି ହତ୍ୟାକାଣ୍ଡ ସହ ଜଡ଼ିତ ବୋଲି ପୋଲିସ ଅନୁମାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.