ନିଜକୁ ଦୁଷ୍କର୍ମରୁ ବଞ୍ଚାଇବାକୁ ଯାଇ ଯୁବକଙ୍କୁ ହତ୍ୟା କଲେ ଯୁବତୀ, ପୋଲିସ ଗିରଫ କଲା, ହେଲେ...

Published By : Prameya-News7 Bureau | July 16, 2021 IST

ଚେନ୍ନାଇ ୧୬।୦୭: ଜଣେ ୨୧ ବର୍ଷୀୟ ଯୁବତୀ ନିଜକୁ ଦୁଷ୍କର୍ମରୁ ରକ୍ଷା କରିବାକୁ ଯାଇ ୪୦ ବର୍ଷୀୟ ଏକ ଅଜ୍ଞାତ ବ୍ୟକ୍ତିଙ୍କ ହତ୍ୟା କରିଛନ୍ତି। ଏହି ଘଟଣା ତାମିଲନାଡୁର ମିଞ୍ଜୁରରେ ଘଟିଛି। ପୋଲିସ ଯୁବତୀଙ୍କ ବିରୋଧରେ ଆଇପିସିର ଧାରା ୧୦୦ ଆଧାରରେ ମାମଲା ରୁଜୁ କରିଥିଲା। ହେଲେ  କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଛାଡି ଦେଇଛି। ଏହି ଘଟଣା ମଙ୍ଗଳବାର ଘଟିଛି।

ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣକ ଦୁଇଟି ପିଲାର ମା। ସେ ନିକଟସ୍ଥ ଖେତରେ  କାମ କରୁଥିଲେ। ସେତିକି ବେଳେ ବ୍ୟକ୍ତି ଜଣଙ୍କ ଖେତକୁ ପଶି ଘୋଷାଡି ଘୋଷାଡି ମହିଳାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା।  ମହିଳା ଜଣକ ନିଜକୁ ବଞ୍ଚାଇବାକୁ ଯାଇ ଉକ୍ତ ଲୋକଟିକୁ ଠେଲି ତଳେ ପକେଇ ଦେଇଥିଲେ। ଏହା ପରେ ତା ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ।  ଏଥିରେ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ପଡିବାରୁ ତାକୁ ଘୋଷାଡ଼ି ନେଇ ରାସ୍ତା କଡରେ ଫିଙ୍ଗି ଦେଇଥିଲେ ମହିଳା। ଏହାପରେ ଘଟଣା ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ ମହିଳା। ପରେ ତାଙ୍କ ସ୍ୱାମୀ ଓ ଖେତରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେତେବେଳକୁ ଅନେକ ସ୍ଥାନୀୟ ଲୋକ ଶବ ପାଖରେ ପହଞ୍ଚିଥିଲେ। ପୁଲିସ ମଧ୍ୟ ଖବର ପାଇ ମାଛ ଫାର୍ମ ପାଖରେ ପହଞ୍ଚିବା ପରେ ଚେତାଶୂନ୍ୟ ବ୍ୟକ୍ତିକୁ ଡାକ୍ତରଖାନା ପଠାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ ମହିଳା ବିରୋଧରେ ଧାରା ୧୦୦(ନିଜ ଶରୀରକୁ ସୁରକ୍ଷା ଦେବାର ଅଧିକାର, ଯାହା ମୃତ୍ୟୁ ପର୍ଯ୍ୟନ୍ତ କ୍ଷମଣୀୟ) ଲଗାଯାଥିଲା। ପରେ ମହିଳାଙ୍କୁ କୌଣସି ଦଣ୍ଡ ଦିଆ ନଯାଇ ତାଙ୍କୁ ଛାଡ଼ିଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.