ଦିଅର ସହ ମିଶି ନିଜ ସ୍ଵାମୀକୁ ହତ୍ୟାକଲେ ମହିଳା, ଅନୈତିକ ସଂପର୍କ ରଖିବା ହେଲା କାଳ

Published By : Prameya-News7 Bureau | January 11, 2019 IST

ଗୋରଖପୁର ୧୧/୧- ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଛି ଅଭାବନୀ୍ୟ ଘଟଣା । ଅନୈତିକ ସଂପର୍କ ରଖିବାକୁ ଅସୁବିଧା ହେଲାବୋଲି ଦିଅର ସହ ମିଶି ନିଜ ସ୍ଵାମୀକୁ ମାରିଦେଲେ ମହିଳା ।

ଏହିଭଳି ଘଟଣା ଖଜନୀର ସହାସି ଅଂଚଳରେ ଘଟିଥିବା ଜଣାଯାଇଛି । ସହାସୀ ନିବାସୀ ହରିଶ୍ଚନ୍ଦ୍ର ସ୍ତ୍ରୀ ଫୁଲେସରା ସହ ରହୁଥିଲା । ସ୍ଵାମୀ-ସ୍ତ୍ରୀ ଭିତରେ ଜମା ପଡ଼ୁନଥିଲା । ସ୍ତ୍ରୀର ପରକୀୟା ପ୍ରେମ ପାଇଁ ଉଭୟଙ୍କ ଭିତରେ ପାଟିତୁଣ୍ଡ ଲାଗୁଥିଲା । ଫୁଲେସରା ନିଜ ଦିଅର ସହ ଶାରୀରିକ ସଂପର୍କ ରଖିବା କଥା ସ୍ଵାମୀ ହରିଶ୍ଚନ୍ଦ୍ର ଜାଣିଥିଲା । ଏହି ଅନୈତିକ ସଂପର୍କକୁ ହରିଶ୍ଚନ୍ଦ୍ର ବିରୋଧ କରୁଥିଲେ ବି ଫୁଲେସରା ମିଳାମିଶା କମ୍ କରିନଥିଲା ।

 ଦିଅର ଚନ୍ଦ୍ରଶେଖର ଓ ଫୁଲେସରା କେହିକାହାକୁ ଛାଡ଼ିପାରୁ ନ ଥିଲେ । ଚନ୍ଦ୍ରଶେଖର ଫୁଲେସରାକୁ ନିଜର କରିବାକୁ ଯୋଜନା ତିଆରିକଲେ । ହରିଶ୍ଚନ୍ଦ୍ରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଫୁଲେସରା ବି ଆଗରୁ କହିଥିଲା ।

ବୁଧବାର ରାତିରେ ହରିଶ୍ଚନ୍ଦ୍ର ଶୋଇଥିବା ସମୟରେ ଦିଅର ସହ ମିଶି ଫୁଲେସରା ତଣ୍ଟି ଚିପି ହତ୍ୟା କରିଥିଲେ । ପଡ଼ୋଶୀଙ୍କୁ ଅଚାନକ କିଛି ଅଜଣା ରୋଗରେ ମରିଯାଇଥିବା କଥା କହିଥିଲେ  । ଶବ ବ୍ୟବଚ୍ଛେଦ  ରିପୋର୍ଟରେ ଗଳାଚିପି ହତ୍ୟାକରାଯିବା କଥା ଜଣାପଡ଼ିବା ପରେ ପୋଲିସର ସନ୍ଦେଲ ସ୍ତ୍ରୀ ଫୁଲେସରା ଉପରେ ଆସିଥିଲା । ଥାନାକୁ ନେଇ ପଚରାପଚରି କଲାପରେ ସବୁ ସତ ମିଳିଯାଇଥଲା । ପୋଲିସ ହତ୍ୟା ଅଭିଯୋଗରେ ଦିଅର ଚନ୍ଦ୍ରଶେଖର ଓ ବାଉଜ ଫୁଲେସରାଜୁ ଗିରଫ କରି କୋର୍ଟ ଚାଲାଣ କରିଚି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.