ବାହାଘରର ତିନିମାସ ପରେ ନିଜ ଝିଆରୀ ସହ ହୋଇଗଲା ପ୍ରେମ, ଝିଆରୀ ସହ ମିଶି ବଡ଼ଭାଇକୁ କଲେ ହତ୍ୟା

Published By : Prameya-News7 Bureau | December 31, 2018 IST

ମୁଜାଫରନଗର ୩୧/୧୨- ପ୍ରେମ ପାଇଁ ମଣିଷ ଅନ୍ଧ ପାଲଟିଯାଇଥାଏ । ନିଜ ପ୍ରେମକୁ ପାଇବା ପାଇଁ ମଣିଷ କଣ ନା କଣ କରିପାରେ । ଅପରାଧ କରିବାକୁ  ବି ପଛାଇ ନଥାଏ । ସେମିତି ଘଟଣାଟିଏ ଘଟିଛି ମୁଜାଫରନଗର ଶତାଦ୍ଦୀନଗରରେ ।

ଅଭିଯୁକ୍ତଙ୍କ ପରିବାର  ୧୨ ବର୍ଷ ହେଲା ଜାନସାଠରୁ ଆସି ଶତାଦ୍ଦୀନଗଗରେ ରହୁଥଲେ । ସେଠାରେ ଦୁଇଭାଇ ବାପା ମାଆଙ୍କ ସହ ଅଭିଯୁକ୍ତ ବ୍ୟବସାୟ କରୁଥିଲେ । ଯୁବକଙ୍କର ବିବାହ ମାତ୍ର ତିନିମାସ ତଳେ ହୋଇଥିଲା । କିନ୍ତୁ ଏହା ଭିତରେ ନିଜ ବଡ଼ଭାଇଙ୍କ ଝିଅ ସହ ପ୍ରେମ ହୋଇଯାଇଥିଲା । ଯାହାଫଳରେ ନିଜ ସ୍ତ୍ରୀକୁ ଗୁରୁତ୍ଵ ଦେଉ ନ ଥିଲା ।

ସବୁବେଳେ ନିଜ ଝିଆରୀ ସହିତ ସମୟ ବିତାଉଥିଲା । ଦିନେ ନିଜ ଝିଆରୀ ସହିତ ଶାରୀରିକ ସଂପର୍କ ରଖିଥିବା ବେଳେ ତାଙ୍କ ବଡ଼ଭାଇ ଦେଖି ନେଇଥିଲେ । ଏହି ସଂପର୍କୁ ବିରୋଧ କରିବା ପରେ ଝିଆରୀ ସହ ମିଶି ଯୁବକ ବଡ଼ଭାଇଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆସିଛି ।

ଯୁବକଙ୍କ ବିବାହ ଅନ୍ୟତ୍ର କରିବାକୁ ଚାହୁଁ ନଥିଲେ । ପରିବାରଲୋକଙ୍କ ବାଧ୍ୟବାଧକତାରେ ବିବାହ କରିଥିଲେ । କିନ୍ତୁ ନଜ ଝିଆରୀକୁ ବିବାହ କରିବାକୁ ସାମାଜିକ ପ୍ରତିବନ୍ଧକ ଥିବାରୁ ପରିବାର ଆଗରେ ପ୍ରକାଶ କରି ପାରି ନଥିଲେ । ଚୋରଘର ସବୁବେଳେ ଅନ୍ଧାର ନ ଥିବା ଭଳି ଯୁବକଙ୍କୁ ତାଙ୍କର ବଡ଼ଭାଇ ନିଜ ଝିଅ ସହ ଖରାପ ସଂପର୍କ ରଖିଥିବା ଦେଖିଦେଇଥିଲେ । ଫଳରେ ଏହି ଘଟଣା ଅନ୍ୟ କେହି ନ ଜାଣନ୍ତୁ ବୋଲି ଝିଆରୀ ସହିତ ମିଶି ଯୁବକ ନିଜ ବଡ଼ଭାଇକୁ କରିଥିଲେ ହତ୍ୟା ।

ପୋଲିସ ମାମଲା ରୁଜୁକରି ଉଭୟ ଦାଦା ଓ ଝିଆରୀକୁ କୋର୍ଟ ଚାଲାଣ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.