ଯୁବତୀଙ୍କୁ ହତ୍ୟା: ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛି ହତ୍ୟାକାରୀ

Published By : Prameya-News7 Bureau | June 19, 2020 IST

ବରଗଡ଼୧୯/୬: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଛେଳିଆମାଲ ଜଙ୍ଗଲରୁ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ପୁଣି ଆଜି ଜଣେ  ଯୁବତୀର ଖଣ୍ଡ ବିଖଣ୍ଡିତ ଶବ ମିଳିଛି । ଖବର ପାଇବା ପରେ ପାଇକମାଲ ଥାନାର ଡିଏସ୍‌ପି ଏବଂ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ମୃତା ଯୁବତୀ ହେଲେ ସେହି ଗ୍ରାମର ତପସ୍ୱିନୀ ନାୟକ, ତାଙ୍କ ବୟସ ୨୦ ବର୍ଷ। କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରାଯାଇଥିବା ଦେଖିବାକୁ ମିଲିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ବୋଲି ମନେ ହେଉଛି । କେଉଁ କାରଣରୁ ହତ୍ୟା କରାଯାଇଛି ପାଇକମାଲ ପୋଲିସ ତଦନ୍ତ ଜାରି ରଖିଛନ୍ତି । ପାଇକମାଲ ପୋଲିସ ନାକ ତଳେ ଗୋଟିଏ ଗ୍ରାମରେ କିଛି ଦିନରେ ଭିତରେ ଦୁଇଟି ହତ୍ୟାକାଣ୍ଡ। ମନେ  ଅପରାଧୀଙ୍କୁ ପାଇକମାଲ ପୋଲିସ ପ୍ରତି ଟିକିଏ ମଧ୍ୟ ଭୟ ନାହିଁ। ଏହି ଘଟଣା ଏବେ ଅଞ୍ଚଲରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଲୋକେ ପଇକମାଲ ପୋଲିସର ପରିବା ପଣିଆ ଉପରେ ପ୍ରଶ୍ନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.