ସ୍ତ୍ରୀ ଓ ୨ ଶିଶୁଙ୍କୁ ବିଷ ଦେଇ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା !

Published By : Prameya-News7 Bureau | January 18, 2020 IST

ଲକ୍ଷ୍ନୌ ୧୮।୦୧: ଉତ୍ତରପ୍ରେଦଶ ରାଜଧାନୀ ଲକ୍ଷ୍ନୌରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଖି ପିଛୁଲାକେ ଚାଲିଗଲା ଗୋଟିଏ ପରିବାର ୪ଜଣଙ୍କ ଜୀବନ । ଘର ଭିତରୁ ପରିବାରର ଚାରିଜଣଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ନୌ ଅନ୍ତର୍ଗତ ଗୁଡମ୍ବା ଥାନା ଅଞ୍ଚଳରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ମିଳିଛି । ତେବେ ଖବର ମୁତାବିକ ମୃତ ସ୍ବାମୀ ପ୍ରଥମେ ନିଜ ସ୍ତ୍ରୀ ଓ ଦୁଇ ଜଣ ଶିଶୁଙ୍କୁ ବିଷ ପିଇବାକୁ ଦେଇଥିଲେ । ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାସ୍ଥଳରେ ସ୍ଥାନୀୟଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  ପୋଲିସ ଘଟଣାରେ ଅଧିକ ତଥ୍ୟ ପାଇଁ ଛାନ୍‌ଭିନ୍‌ ଜାରି ରଖିଛି ।  ତେବେ କଣ ପାଇ ବ୍ୟକ୍ତଜଣଙ୍କ ନିଜ ସ୍ବାମୀ ଓ ପିଲାଙ୍କୁ ବିଷ ଦେଇଛନ୍ତି । ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କଲେ ତାହାରା କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.