ଜେସିବି ହେଲପରଙ୍କ ଶବ ଝୁଲୁଥିଲା ଜେସିବିରେ, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | January 21, 2019 IST

କେନ୍ଦ୍ରାପଡ଼ା ୨୧|୧:  କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ବଡସରଦେଇ ପୁର୍ ପlଟ ରେ ଜଣେ ଯୁବକ ଙ୍କ ମୃତ ଦେହ ଠାବ ହୋଇଛି | ଯୁବକ ଙ୍କ ମୃତ ଦେହ ଏକ jcb ମେସିନ୍ ରେ ଝୁଲୁଥିବା ଦେଖିବାକୁ ମିଳିଛି | ଯୁବକ ଜଣକ jcb ମେସିନ୍ ର ହେଲପର୍ ବୋଲି ଜଣା ପଡିଛି | ଯୁବକ ଙ୍କୁ କେହି ହତ୍ୟା କରି ଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ | ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |

କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ବଡସରଦେଇ ପୁର୍ ପlଟ ରେ ଝୁଲୁଛି ଜଣେ ଯୁବକଙ୍କ ମୃତ ଦେହ | ପାଟ ମଝିରେ ମାଟି ଖୋଳl ରେ ନିୟୋଜିତ ଥିବା ଏକ JCB ମେସିନ୍ ରେ ଝୁଲୁଥିବା ଅବସ୍ଥାରେ ଆଜି ସକାଳୁ ମୃତ ଦେହକୁ ଠାବ କରିଥିଲେ ଜମି ମାଲିକ | ମୃତ ଯୁବକ ଜଣକ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ପିଣ୍ଟୁ ମଲ୍ଲିକ ବୋଲି ଜଣାପଡିଛି | ପିଣ୍ଟୁ JCB ମେସିନ୍ ରେ ହେଲପର୍ ଭାବେ କାର୍ଯ୍ୟ କରୁଥିଲେ | ରବିବାର ରାତିରେ ଖାଇବା ପାଇଁ ଆଣି jcb ମେସିନ୍ ନିକଟକୁ ଫେରିଥିଲେ | ଆଜି ସକାଳୁ ପିଣ୍ଟୁ ନିଜ ଗାମୁଛା ବେକରେ ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା | ଏ ସମ୍ପର୍କରେ ଜମି ମାଲିକ ପୁଲିସ ରେ ଖବର ଦେଇଥିଲେ | ତେବେ ମୃତ୍ୟୁ ର କାରଣ ସମ୍ପର୍କରେ jcb supervisor କୌଣସି ତଥ୍ୟ ଦେଇ ପାରି ନଥିବ ବେଳେ ଜମି ମାଲିକ ନିଜ ଜମି ରୁ ମାଟି ଖୋଳl ଯାଉଥିବା କଥା ଜାଣନ୍ତି ନାହିଁ ବୋଲି କହିଛନ୍ତି |

{"id":76667}

ରବିବାର ରାତିରେ ଡ୍ୟୁଟି ରେ ଥିବା jcb ଡ୍ରାଇଭର୍ ଘଟଣା ଘଟିବା ପରେ ଘଟଣା ସ୍ଥଳରେ ନଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି | ଅନ୍ୟ ପକ୍ଷ ରେ ପାରିପାର୍ଶ୍ୱିକ ଅବସ୍ଥା ନେଇ ପୁଲିସ ସନ୍ଦେହ କରୁଛି | ତେବେ ମାଟି ଖୋଳl ରେ ନିୟୋଜିତ ଥିବା jcb କମ୍ପାନୀ ମା ମଙ୍ଗଳା construction ପକ୍ଷ ଘଟଣା ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ | ନିକିରାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଯବତ୍ କରିବା ସହିତ ଘଟଣାର ତଦନ୍ତ ଚଳାଇଛି |

ନିକିରାଇ ପୁଲିସ ପକ୍ଷରୁ ମୃତ ପିଣ୍ଟୁ ମଲିକ ଙ୍କ ପରିବାରକୁ ଯୋଗାଯୋଗ କରାଯାଇଛି | ପାରିବାର ଲୋକେ କେନ୍ଦ୍ରାପଡ଼ା ରେ ପହଂଚି ଶବ ଚିହ୍ନଟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.