Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଛଅମାସର ଛୁଆସହ ମାଆର ଶବ ଉଦ୍ଧାର,କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ

25/12/2018 at 4:19 PM

କୌଶାଂବି ୨୫/୧୨- ନିତିଦିନ ହତ୍ୟା, ଦୁଷ୍କର୍ମ ଭଳି ଘଟଣା ଦିନକୁଦିନ ବଢ଼ିବଢ଼ି ଚାଲିଛି । ମଣିଷ ଅତି ଅମାନୁଷିକ ଭାବେ ଅନ୍ୟ ଜଣକୁ କରୁଛି ହତ୍ୟା । ଛଅମାସର ଛୁଆ ସହ ମାଆକୁ ମାରି ରାସ୍ତାରେ ଫିଙ୍ଗିଦେବା ଘଟଣା ଆସିଛି ଆଖି ଆଖି ସାମନାକୁ । ପୋଲିସ ଶବକୁ ଜବତ କରି ଘଟଣାର ଖିଅ ଖୋଜୁଛି ।  

କୌଶାଂବି ଜିଲା କିଖୋରାଜର ଲାଡ଼ପୁର ଅଂଛଳରେ ଘଟିଛି ଏହି ଅଭାବନୀ୍ୟ ଘଟଣା । କେହି ଅତି ଅମାନୁଷିକ ଭାବେ ଛଅ ମାସର ଛୁଆ ସହ ମାଆକୁ ମାରି ଫିଙ୍ଗିଦେଇଛି । କୌଣସିସୂତ୍ରରୁ ପୋଲିସ ଖବରପାଇ ଘଟଣା ସ୍ଥାଳରେ ପହଁଚି ଶବକୁ ଜବତ କରିଛି । ପୋଲିସ ଓ ଉଭୟ ସାଇଣ୍ଟିଫିକ ଟିମ ମାଆ ଓ ଛୁଆର ଶବକୁ ଚିହ୍ନିବାର ପ୍ରୟାସ କରିଛନ୍ତି ।

ଏହି ଘଟଣା ସହ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାକୁ ସୁରାକ ଖୋଜୁଛି ପୋଲିସ । ମହିଳା ଜଣକ ବୟସ ୩୦ ବର୍ଷ ହୋଇଥିବା ବେଳେ ଶିଶୁକୁ ମାତ୍ର ୬ମାସ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି ।

ପୋଲିସ ଶବକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ଓ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

   Related Posts