ମଉ୧୨/୧: ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ରବିବାର ଅର୍ଥାତ ଆଜି ସକାଳେ ସମାଜବାଦୀ ପାର୍ଟିର ନେତା ବିଜଲୀ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ୍ ତନାଘନ ଜାରି ରଖିଛି। ଉତ୍ତର ପ୍ରଦେଶର ମଉ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ପୋଲିସ୍ର ସୂଚନା ମୁତାବକ ରାଜନୈତିକ ଆକ୍ରୋଶରୁ ସମାଜବାଦୀ ପାର୍ଟି ନେତା ବିଜ୍ଲୀ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ଯାଦବ ପ୍ରସ୍ତୁତି କରୁଥିଲେ। ତେଣୁ ଗାଁ ରାଜନୀତି ବିବାଦରୁ ତାଙ୍କୁ ହତ୍ୟା କରାଯାଇଛି। ସକାଳୁ ବିଜ୍ଲୀ ଯାଦବ ମର୍ଣ୍ଣିଂ ଓ୍ବାକ୍ରେ ଯାଇଥିଲେ। ହଠାତ୍ ଜଣେ ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ଗୁଳି କରି ହତ୍ୟା କରିଥିଲା।
ସୂଚନାଯୋଗ୍ୟ ଯେ ବିଜ୍ଲୀ ଯାଦବ ସମାଜବାଦୀ ପାର୍ଟିର ଜଣେ ସକ୍ରିୟ କର୍ମୀ ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଯାଦବ ଜୋରଦାର ପ୍ରସ୍ତୁତି ଚଳାଇଥିଲେ। ତେଣୁ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ୍ ସୂଚନା ଦେଇଛି।