ସମ୍ଵଲପୁର ଅଇଁଠାପାଲି ଦୁର୍ଗାପୂଜା ଭସାଣି ସମୟରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା

Published By : Prameya-News7 Bureau | October 23, 2018 IST

ସମ୍ଵଲପୁର ୨୨/୧୦: ସମ୍ଵଲପୁର ଅଇଁଠାପାଲି ଦୁର୍ଗାପୂଜା ଭସାଣି ସମୟରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ମୃତକଙ୍କ ନାଁ ବିଶାଲ ଖଡିଆ । ବିଶାଲଙ୍କ ଘର ଅଇଁଠାପାଲି ଥାନା କରମଟୁଲି ଅଞ୍ଚଳରେ । ସନ୍ଧ୍ୟା ପ୍ରାୟ ସାଢ଼େ 7 ଟା ସମୟରେ ଚାଲିଥିଲା ଭସାଣି ଶୋଭାଯାତ୍ରା । ମନ୍ଦିର ପାଖରେ ଠିଆହୋଇ ଶୋଭାଯାତ୍ରା ଦେଖୁଥିଲେ ବିଶାଲ । ଏହି ସମୟରେ ଜଣେ ଅଜଣା ଯୁବକ ଆସି ଏକ ଧାରୁଆ ଅସ୍ତ୍ରରେ ବିଶାଲଙ୍କ ଗଳା କାଟି ଦେଇଥିଲା ।  ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହେବା ସହ ବିଶାଲଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ବୁର୍ଲା ପୋଲିସ ଘଟଣାସ୍ଥଳରୁ ବିଶାଲଙ୍କୁ ମେଡିକାଲକୁ ନେଇଥିଲେ ।ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।  ଆକ୍ରମଣକାରୀର ପରିଚୟ ମିଳିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.