Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

‘ବଞ୍ଚିଥିଲେ ତ ସାକ୍ଷୀଦେବ’- କୋର୍ଟକୁ ଯିବା ପୂର୍ବରୁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ ପଡୋଶୀ

10/05/2020 at 11:14 AM

ଫରିଦାବାଦ ୧୦/୦୫ : ରାଜଧାନୀ ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ତାଙ୍କ ପଡୋଶୀ ପିଟି ପିଟି ହତ୍ୟା କରିଛନ୍ତି | ସାକ୍ଷୀ ଦେବାକୁ ରୋକିବା ପାଇଁ ଯାଇ ପଡୋଶୀ ବୃଦ୍ଧ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି | ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି | ମୃତ ବ୍ୟକ୍ତିଙ୍କ ପୁଅଙ୍କ ବୟାନ ଆଧାରରେ ୮ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ | ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି |

ମୃତ ବୃଦ୍ଧ ସୁଧୀର ତନେଜା | ତାଙ୍କ ପୁଅ ସନ୍ନି ତନେଜା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପଡୋଶୀଙ୍କ ସହ ତାଙ୍କର ବହୁ ଦିନରୁ ଝଗଡା ଚାଲିଥିଲା | ସେହି ମାମଲାରେ ତାଙ୍କ ପିତା ସୁଧୀର ତନେଜା ସାକ୍ଷୀ ଦେବାର ଥିଲା | କିନ୍ତୁ ଅଭିଯୁକ୍ତମାନେ ସେମାନଙ୍କ ବିରୋଧରେ ସାକ୍ଷୀ ନଦେବା ପାଇଁ ତାଙ୍କ ଉପରେ ଚାପ ପକାଇଥିଲେ ଏବଂ ବାରମ୍ବାର ଧମକ ଦେଉଥିଲେ | କିନ୍ତୁ ସୁଧୀର ତନେଜା ତାଙ୍କ ଧମକ ଡ଼ରିନଥିଲେ କି ପଛଘୁଞ୍ଚା ଦେଇନଥିଲେ | ସେ ପଡୋଶୀଙ୍କ କଥା ନ ମାନିବାରୁ ପଡୋଶୀ ତାଙ୍କୁ ହତ୍ୟା କରିଦେଇଥିଲେ

ସନ୍ନି ତନେଜା କହିଛନ୍ତି ଯେ, ଅଭିଯୁକ୍ତମାନେ ଶନିବାର ରାତିରେ ତାଙ୍କ ପିତାଙ୍କ ଉପରେ ଆକ୍ରମଣ କରିଥିଲେ | ସେତେବେଳେ ସେ ପନିପରିବା ଆଣିବା ପାଇଁ ପରିବା ହାଟକୁ ଯାଇଥିଲେ | ଅଭିଯୁକ୍ତମାନେ ଏକଜୁଟ ହୋଇ ଆସିଥିଲେ ଏବଂ ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ | ଯୁକ୍ତିତର୍କରୁ ପେଟୂତୁଣ୍ଡ ଆରମ୍ଭ ହୋଇଥିଲା | ପାଟିତୁଣ୍ଡ ଶୁଣି ପରିବାର ଲୋକ ସେଠାକୁ ଯାଇଥିଲେ | ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ | ପଡୋଶୀଙ୍କ ଆକ୍ରମଣରେ ତାଙ୍କ ପିତା, ଦାଦା ଏବଂ ଭାଇ ଗଭୀର ଆହତ ହୋଇଥିଲେ | ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା | ହସ୍ପିଟାଲରେ ଡାକ୍ତର ସନ୍ନିଙ୍କ ପିତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କ ଦାଦା ଓ ଭାଇଙ୍କ ଚିକିତ୍ସା ଚାଲିଛି |

ସନ୍ନିଙ୍କ କହିବାନୁଯାୟୀ, ତାଙ୍କ ପଡୋଶୀ ସନ୍ନିଙ୍କ ଘର ସାମ୍ନାରେ ବହୁତ ଆଗରୁ କବାଡି ରଖୁଛନ୍ତି | ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ଆଗରୁ ମଧ୍ୟ ଝଗଡ଼ାଝାଟି ହୋଇଥିଲା | ସେହି ଝଗଡାକୁ ନେଇ ଅଭିଯୁକ୍ତ ପଡୋଶୀଙ୍କ ବିରୋଧରେ କୋର୍ଟରେ ମାମଲା ଚାଲିଥିଲା | ମେ ୨୨ ତାରିଖରେ ସନ୍ନିଙ୍କ ପିତା ସୁଧୀର ତନେଜା କୋର୍ଟରେ ସାକ୍ଷୀ ଦେଇଥାନ୍ତେ | ସେଥିପାଇଁ ସେମାନେ ସୁଧୀରଙ୍କ ଉପରେ ଚାପ ପକାଉଥିଲେ ଯେ ସେ କୋର୍ଟରେ ପଡୋଶୀଙ୍କ ବିରୋଧରେ ସାକ୍ଷୀ ନ ଦିଅନ୍ତୁ | କିନ୍ତୁ ସୁଧୀର ତନେଜା ତାଙ୍କ କଥାରେ ରାଜି ନହେବାରୁ ଶନିବାର ରାତିରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ | ମୃତ ସୁଧୀର ତନେଜାଙ୍କ ପୁଅ ସନ୍ନି କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ | ପୀଡିତ ପରିବାର ତରଫରୁ ୮ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି |

   Related Posts