ପୂର୍ବ ଶତୃତା: ଦୁଇଜଣ ଯୁବତୀଙ୍କ ସମେତ ୭ ଜଣ ମିଶି ଗୋଡାଇ ଗୋଡାଇ ହାଣି ମାରିଦେଲେ ଖେଣ୍ଟାପୁରର ରାଜମିସ୍ତ୍ରୀଙ୍କୁ

Published By : Prameya-News7 Bureau | January 22, 2019 IST

ପୁରୀ ୨୨|୧: ଚନ୍ଦନପୁର ଥାନା ଅନ୍ତର୍ଗତ ବୀର ନରସିଂହପୁର-ତେନ୍ତୁଳିଆ ରାସ୍ତାର ଶବର ସାହି ନିକଟରେ ଆଜି ଦିନ ଦିପହରେ ଘଟିଛି ଏକ ଜଘଣ୍ୟ ହତ୍ୟାକାଣ୍ଡ । ଦୁଇଜଣ ଯୁବତୀ ଏବଂ ୫ଜଣ ପୁରୁଷ ଦା, ଛୁରୀ, କାତି ଓ ଟାଙ୍ଗିଆରେ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ହାଣିବା ସହ ଜୀବନରେ ମାରିଦେଇଛନ୍ତି । ମୃତକ ହେଲେ ଖେଣ୍ଟପୁର ଗାଁର ରାଜମିସ୍ତ୍ରୀ ଜୟକୃଷ୍ଣ ପ୍ରଧାନ (୪୮) । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସର ନିସ୍କ୍ରୀୟତା ଯୋଗୁଁ ଜଣଙ୍କ ଜୀବନ ଚାଲିଗଲା ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

{"id":77039}

୪ଦନ ତଳେ ମଧ୍ୟ ଏହି ଆକ୍ରମଣକାରୀମାନେ ଖେଣ୍ଟପୁର ଗାଁରେ ପଶି ମୃତ ଜୟକୃଷ୍ଣଙ୍କ ଘର ଉପରକୁ ବୋମା ମାଡ କରିଥିଲେ । ଏ ସମ୍ପର୍କରେ ଜୟକୃଷ୍ଣ ଚନ୍ଦନପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଏତଲା ଗ୍ରହଣ କରିନଥିଲା । ଅପରପକ୍ଷରେ ଜୟକୃଷ୍ଣ କାହିଁକି ପୋଲିସକୁ ଏତଲା ଦେବାକୁ ଯାଇଥିଲା ବୋଲି ରାଗରେ ଆଜି ତାଙ୍କ ଉପରେ ଆକ୍ରମଣ କରି ହତ୍ୟା କରିଥିଲେ ୨ଯୁବତୀଙ୍କ ସହ ୭ଜଣ ।

{"id":77040}

ଖବରନେବାରେ ଜଣାପଡିଛି ଯେ, କିଛିଦିନ ତଳେ ମୃତ ଜୟକୃଷ୍ଣଙ୍କ ପରିବାର ଜଣେ ମହିଳା ମର୍ଣ୍ଣିଂୱାକ କରୁଥିବାବେଳେ ହତ୍ୟାକାଣ୍ଡରେ ସାମିଲ ଉପରୋକ୍ତ ଦୁଇଜଣ ମହିଳା ସ୍କୁଟିରେ ଯାଉଥିଲେ । ମର୍ଣ୍ଣିଂୱାକ କରୁଥିବା ମହାଳଙ୍କ ଦେହରେ ସ୍କୁଟି ବାଜିଥିଲା । ଏହାକୁ ନେଇ ଦୁଇ ଯୁବତୀଙ୍କ ସହ ଜୟକୃଷ୍ଣଙ୍କ ବଚସା ହୋଇଥିଲା । ଏହି ବଚସାକୁ କେନ୍ଦ୍ରକରି ତାପର ଦିନ ଜୟକୃଷ୍ଣଙ୍କ ଘର ଉପରେ ବୋମାମାଡ ମଧ୍ୟ ହୋଇଥିଲା । ଉପରୋକ୍ତ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ତେଂତୁଳିଆ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଗେଡୁ ସାହିରେ ।

{"id":77041}

ଆଜି ଦି ଦିପହରେ ଜୟକୃଷ୍ଣଙ୍କ ଉପରେ ଆକ୍ରମଣ ହେଉଥିବାବେଳେ ବହୁଲୋକ ରାସ୍ତାର ଦୁଇମୁଣ୍ଡରେ ଠିଆ ହୋଇ ଦେଖୁଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ କେହି ଅଟକାଇବାକୁ ସାହସ କରିନଥିଲେ । ଆକ୍ରମଣକାରୀମାନେ ଚାଲିଯିବାପରେ ସ୍ଥାନୀୟ ଲୋକେ ଜୟକୃଷ୍ଣଙ୍କୁ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜୟକୃଷ୍ଣଙ୍କ ଶରୀରରେ ୧୦୦ରୁ ଅଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା ।

{"id":77042}

ଘଟଣା ସମ୍ପର୍କରେ ପୁରୀ ଏସଡିପିଓ ସୁଶୀଲ ମିଶ୍ର କହିଛନ୍ତି ଯେ, ହତ୍ୟାକାରୀଙ୍କୁ ପୋଲିସ ଖୋଜୁଛି ଓ ଅତିଶୀଘ୍ର ଗିରଫ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.