ହତ୍ୟାକାଣ୍ଡକୁ ନେଇ ଲଙ୍କାକାଣ୍ଡ : ଶଳାକୁ ଭିଣୋଇର ହତ୍ୟା ଅଭିଯୋଗ, ଘର ସହ ୨ଟି ଅଟୋରେ ନିଆଁ ଲଗାଇଲେ ଲୋକେ

Published By : Prameya-News7 Bureau | October 13, 2018 IST

ଭଣ୍ଡାରିପୋଖରୀ ୧୩/୧୦ : ଭିଣୋଇର ତୃତୀୟ ବିବାହକୁ ବିରୋଧ କରି ଶଳାର ଜୀବନ ଗଲା । ଶଳାକୁ ଭିଣୋଇ ଓ ତାଙ୍କ ଭାଇ ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ସାଇଦାବାଦ ଗାଁରେ । ଆଉ ହତ୍ୟାକାଣ୍ଡ ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଭିଣୋଇର ଦୁଇଟି ଘର ଓ ଦୁଇଟି ଅଟୋ ନିଆଁ ଲଗାଇବା ସହ ତାଙ୍କ ବାଇକକୁ ନଇକୁ ଫିଙ୍ଗି ଦେଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା ସାଇଦାବାଦରେ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ସକିମ ଖାନ । ମୃତକଙ୍କ ଭିଣୋଇ ଭାଲୁ ଖାନ ପ୍ରଥମ ତାଙ୍କ ଭଉଣୀକୁ ବିବାହ କରିଥିଲେ । ପରେ ଅନ୍ୟ ଜଣକୁ ମଧ୍ୟ ବିବାହ କରିଥିଲେ । ଗତକାଲି ଅନ୍ୟ ଜଣେ ଝିଅକୁ ବିବାହ କରି ଘରକୁ ଆଣିଥିବା ସୂଚନା ମିଳିଛି । ଏହି ଘଟଣା ଜାଣିବାପରେ ସକିମ ଭିଣୋଇଙ୍କ ତୃତୀୟ ବିବାହକୁ ବିରୋଧ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଭିଣୋଇ ଭାଲୁ ଖାନ ଓ ତାଙ୍କ ଭାଇ ସକିମଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହତ୍ୟାକାଣ୍ଡ ପରେ ଭାଲୁ ଓ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ଜାଣିବା ପରେ ଉତ୍ୟକ୍ତ ଲୋକେ ଭାଲୁଙ୍କର ଦୁଇଟି ଘରେ ନିଆଁ ଲଗାଇବା ସହ ତାଙ୍କର ଦୁଇଟି ଅଟୋରେ ନିଆଁ ଲଗେଇ ଦେଇଥିଲେ ଓ ବାଇକକୁ ନାଇକୁ ଫିଙ୍ଗିଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୁରୁଣାବଜାର ପୋଲିସ ଓ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.