କରୋନା ପରେ ଆମେରିକାରେ ମାତିଛି ଭୟଙ୍କର ମର୍ଡର୍ ହର୍ନେଟ୍, ଏହି ବିଷାକ୍ତ ପୋକ ପ୍ରତିବର୍ଷ ଜାପାନରେ ଅତିକମରେ ନିଏ ୫୦ ଜୀବନ

Published By : Prameya-News7 Bureau | May 04, 2020 IST

ଓ୍ୱାଶିଂଟନ, ୦୪|୦୫ :  କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକା ପାଇଁ ଆଉ ଏକ ବଡ ବିପଦ ଆସିଛି । ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକା ପାଇଁ ଘନେଇଛି ନୂଆ ବିପଦ । ସେଠାରେ ଏକ ପ୍ରକାର ମାରାତ୍ମକ ପୋକଙ୍କ ଉତ୍ପାତ ବଢିଯାଇଛି । ପ୍ରଥମ ଥର ପାଇଁ ସେଠାରେ ଏସିଆର ସବୁଠାରୁ ବଡ ହର୍ନେଟ୍ ପୋକ ଦେଖିବାକୁ ମିଳିଛି । ଏହାକୁ ମର୍ଡର୍ ହର୍ନେଟ୍ ମଧ୍ୟ କୁହାଯାଏ ।

{"id":264637,"width":687,"height":385,"sizeSlug":"large"}

ସିଏନଏନର ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ କହିଛନ୍ତି ଯେ, ଓ୍ୱାଶିଂଟନରେ ଏହି ମର୍ଡର୍ ହର୍ନେଟ୍ ଦେଖିବାକୁ ମିଳିଛି । ଏମାନେ ମଣିଷଙ୍କୁ କ୍ଷତାକ୍ତ କରିଦିଅନ୍ତି । ଏପରିକି ଏହି ପୋକଙ୍କ ଆକ୍ରମଣରେ ଲୋକମାନେ ପ୍ରାଣ ହରାଇଥିବା ମଧ୍ୟ ପୂର୍ବରୁ ନଜିର ରହିଛି । ଏମାନେ ମହୁମାଛିଙ୍କୁ ମଧ୍ୟ ମାରିପକାନ୍ତି ।

ମହୁଚାଷୀମାନେ କହିଚନ୍ତି ଯେ, ସେମାନେ ବହୁତ ମୃତ ମହୁମାଛି ପଡିଥିବା ଦେଖିଛନ୍ତି । ଓ୍ୱାଶିଂଟନ ଷ୍ଟେଟ୍ ୟୁନିଭର୍ସିଟିର କହିବାନୁସାରେ, ଏହି ହର୍ନେଟ୍ ୨ ଇଞ୍ଚରୁ ଅଧିକ ବଡ ହୋଇଥାନ୍ତି । ଏହା ବିଶ୍ୱର ସବୁଟାରୁ ବଡ ହର୍ନେଟ୍ । ଏହା ଅନେକ ଥର ଡଙ୍କ ମାରିବା ଦ୍ୱାରା ମଣିଷ ମଧ୍ୟ ମୃତ୍ୟୁମୁଖରେ ପଡିଥାଏ । ଏହି ପୋଲ ଅଳ୍ପ ସମୟରେ ମହୁମାଛିଙ୍କୁ ମାରି ଦେଇଥାଏ । ଏହି ପୋକର ବିଷ ମଣିଷ ମାଂସକୁ ମଧ୍ୟ କ୍ଷତାକ୍ତ କରିଦିଏ ।

{"id":264638,"width":685,"height":353,"sizeSlug":"large"}

ଏହି ମର୍ଡର୍ ହର୍ନେଟ୍ ବାରମ୍ବାର ଡଙ୍କ ମାରଲେ ମଣିଷଙ୍କ ସ୍ନାୟୁତନ୍ତ୍ର ବନ୍ଦ ହୋଇପାରେ । ଆଲର୍ଜିକ୍ ଇନଫେକ୍ସନ ମଧ୍ୟ ହୋିପାରେ । ଜାପାନରେ ପ୍ରତି ବର୍ଷ ଏହି ପୋକ ହାରାହାରି ୫୦ରୁ ୭୦ ଲୋକଙ୍କ ଜୀବନ ନେଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.