Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ପ୍ରେମ ନେଉଛି ଜୀବନ, ଦେଶରେ ହେଉଛି ତୃତୀୟ ସର୍ବାଧିକ ହତ୍ୟାକାଣ୍ଡ – ଜାଣନ୍ତୁ ସାରା ଭାରତରେ ଏହାର ସ୍ଥିତି

19/11/2019 at 5:36 PM

ନୂଆଦିଲ୍ଲୀ ୧୯।୧୧ – ପ୍ରେମ ପାଇଁ ହେଉଛି ମର୍ଡର । ସାରା ଭାରତ ବର୍ଷରେ ଯେତେସବୁ ହତ୍ୟାକାଣ୍ଡ ଘଟୁଛି ସେଥିମଧରୁ ତୃତୀୟ ସର୍ବାଧିକ ହତ୍ୟାକାଣ୍ଡ ପ୍ରେମ ଜନିତ କାରଣରୁ ହେଉଥିବା ଏନ୍ସିଆରବି ଡାଟା କହୁଛି । ୨୦୦୧ ରୁ ୨୦୧୭ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ ଥିବା ଜଣାପଡିଛି ।….

ପ୍ରେମ ନେଉଛି ଜୀବନ । ଅର୍ଥାତ୍ ପ୍ରେମ, ଲଭ ଆଫାୟର୍ସ, ଅବୈଧ ସଂପର୍କ ପାଇଁ ହେଉଛି ହତ୍ୟାକାଣ୍ଡ । ଏନ୍ସିଆରବି ବା ନ୍ୟାସନାସ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋର ୨୦୦୧ ରୁ ୨୦୧୭ ତଥ୍ୟ ଅନୁସାରେ ସାରା ଭାରତ ବର୍ଷରେ ଯେତେ ସବୁ ହତ୍ୟାକାଣ୍ଡ ଘଟିଛି ସେଥି ମଧ୍ୟରୁ ତୃତୀୟ ସର୍ବାଧିକ ହତ୍ୟାକାଣ୍ଡ କେବଳ ପ୍ରେମ ଓ ଆବୈଧ ସଂପର୍କ କାରଣରୁ ହୋଇଛି । ଏନ୍ସିଆରବି ୨୦୦୧ ତଥ୍ୟ ଅନୁସାରେ ୩୬ ହଜାର ୨୦୨ ଟି ହତ୍ୟାକାଣ୍ଡ ଘଟିଛି । ୨୦୧୭ରେ ଏହା କମି ୨୮ ହଜାର ୬୫୩ ରହିଛି ।

ଏଥି ମଧ୍ୟରୁ ପ୍ରେମ ଜନିତ କାରଣ ଏବଂ ଅବୈଧ ସଂପର୍କ କାରଣରୁ ହତ୍ୟା ସଂଖ୍ୟା ୨୮ ପ୍ରତିଶତ ବଢିଛି । ତେବେ ବ୍ୟକ୍ତିଗତ ଆକ୍ରୋଶ କାରଣରୁ ଘଟିଥିବା ହତ୍ୟାକାଣ୍ଡ ସଂଖ୍ୟା ୪ ଦଶମିକ ୩ ପ୍ରତିଶତ କମିଥିବା ବେଳେ ସଂପତ୍ତିଗତ କାରଣକୁ ନେଇ ଘଟିଥିବା ହତ୍ୟାକାଣ୍ଡ ସଂଖ୍ୟା ୧୨ ପ୍ରତିଶତ କମିଛି । ୨୦୧୫ ରେ ପ୍ରେମ ଜନିତ କାରଣରୁ ୧୩୭୯ଟି ହତ୍ୟାକାଣ୍ଡ ଘଟିଛି । ୨୦୧୬ ରେ ଏହା ବଢି ୧୪୯୩ ଏବଂ ୨୦୧୭ରେ ଏହା କିଛିଟା କମି ୧୩୯୦ ରହିଛି ।  

ତେବେ ୨୦୦୧ ରୁ ୨୦୧୭ ମଧ୍ୟରେ ପ୍ରେମ ଓ ଅବୈଧ ସଂପର୍କ ପାଇଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସର୍ବାଧିକ ୩୮୪ ଜଣଙ୍କୁ ହତ୍ୟା କରାଯାଇଛି । ଏହା ତଳକୁ ମହାରାଷ୍ଟ୍ରରେ ୨୭୭, ଗୁଜରାଟରେ ୧୫୬, ପଞ୍ଜାବରେ ୯୮ ଟି ହତ୍ୟାକାଣ୍ଡ ଘଟିଛି । ତେବେ ବାର୍ଷିକ ହାରାହାରି ହିସାବକୁ ଦେଖିଲେ ଉତ୍ତର ପ୍ରଦେଶରେ କେବଳ ପ୍ରେମ ସଂପର୍କ ପାଇଁ ୩୯୫ ଜଣଙ୍କୁ, ତାମିଲନାଡୁରୁ ୨୪୦, କର୍ଣ୍ଣାଟକରେ ୧୧୩ ଜଣଙ୍କୁ , ଦିଲ୍ଲୀରେ ୫୧ ଜଣଙ୍କୁ ହତ୍ୟା କରାଯାଇଛି । ଏହା ତଳକୁ ଛତିଶଗଡ, ଓଡ଼ିଶା, ମଧ୍ୟ ପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ଝାଡଖଣ୍ଡ ଏବଂ ଆସାମ ରହିଛି ।

ପଶ୍ଚିମବଙ୍ଗ ଓ କେରଳରେ ଏହି ସଂଖ୍ୟା ସାରା ଦେଶରେ କମ୍ ରହିଛି । ଏହି ସମୟରେ ପଶ୍ଚିମବଙ୍ଗରେ ୨୯ ଓ କେରଳରେ ୬ ଜଣଙ୍କୁ ହତ୍ୟା କରାଯାଇଛି । ତେବେ ୨୦୧୬ ରେ ଅନର କିଲିଂରେ ଦେଶରେ ୭୧ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୧୭ରେ ୯୨ ଜଣଙ୍କ ହତ୍ୟା ହୋଇଛି । ଏହି ହତ୍ୟାକାଣ୍ଡ ପାଇଁ ସାମଜିକ କାରଣ ଯେତିକି ଦାୟୀ  ରାଜନୈତିକ କାରଣକୁ ମଧ୍ୟ ସେତିକି ଦାୟୀ କରାଯାଇଛି । ସମାଜରେ ଜାତି, ଧର୍ମ ଓ ଶ୍ରେଣୀଗତ ଭେଦଭାବ ଏଥିପାଇଁ ବଡ କାରଣ ବୋଲି କୁହାଯାଇଛି । ଗତ ୨୦୦୫ ରୁ ୨୦୧୨ ମଧ୍ୟରେ ଘଟିଥିବା ଅନର କିଲିଂ ପାଇଁ ଇଣ୍ଟର କାଷ୍ଟ ମ୍ୟାରେଜ୍କୁ ଦାୟୀ କରାଯାଇଛି  ।  

   Related Posts