ସାମାନ୍ୟ ଫୋନ ନମ୍ବରକୁ ନେଇ ସାଙ୍ଗକୁ ଜଘନ୍ୟ ହତ୍ୟା

Published By : Prameya-News7 Bureau | October 15, 2019 IST

ବ୍ରହ୍ମପୁର ୧୫ ।୧୦- ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବଡ଼ଗୁଡ଼ିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ଫୋନ ନମ୍ବର ନେଣ ଦେଣକୁ ନେଇ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । କୁମାର ପୂର୍ଣ୍ଣିମା ରବିବାର ଦିନ ସକାଳେ ଗୁଡ଼ିଆଳି ଗ୍ରାମର ପୂର୍ଣ୍ଣ ବାରିକଙ୍କର ଘରପାଖରେ ପିଣ୍ଟୁ ନାୟକ ମଧ୍ୟରେ ବଚସା ହୋଇଥିଲା । ସେହି ବଚସା ଉଗ୍ରରୂପ ଧାରଣ କରି ରବିବାର ରାତ୍ର ୯ ଘଣ୍ଟ ସମୟରେ ପୂର୍ଣ୍ଣ ବାରିକଙ୍କ ପୁଅ ନରି ବାରିକ ମୋଚିରାମ ନାୟକଙ୍କ ପୁଅ ପିଣ୍ଟୁ ନାୟକଙ୍କୁ ଫୋନ ଯୋଗେ ଘରକୁ ଡାକିଥିଲେ । ପିଣ୍ଟୁ ସେଠାକୁ ଯିବା ପରେ ପୁଣି ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।
ଏହି ସମୟରେ ବିଚ୍ ରୋଡ଼ ଉପରେ ଉଭୟଙ୍କ ଭିତରେ ମାରପିଟ ହୋଇଥିଲା । ପିଣ୍ଟୁ ତଳେ ପଡିଯିବା ଫଳରେ ନରି ବାରିକ ଉତକ୍ଷିତ ହୋଇ ଏକ ଧାରୁଆ ଅସ୍ତ୍ରରେ ପିଣ୍ଟୁର ପେଟକୁ ଭୁଷି ଦେଇଥିଲେ । ଗୁରୁତର ଅବସ୍ଥାରେ ପିଣ୍ଟୁକୁ ପ୍ରଥମେ କୋଦଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁର ଗତକାଲି ରାତିରେ ମୃତ୍ୟୁ ହୋଇଛି । ପିଣ୍ଟୁର ପେଟ, ପିଠି, ଏବଂ ବାମ ହାତକୁ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ନରି ନରି ବାରିକ କୋଦଳା ଥାନାରେ ଆତ୍ମସର୍ମପଣ କରିଥିବା ଜଣାପଡିଛି । ପୋଲିସ କେସ ନଂ ୨୮୩/୧୯ ରେ ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.