ନିଶା ଉତୁରିବା ପରେ ସବୁ ଶେଷ: ପିଲାମାନେ ଖାଇଦେଲେ ଆମ୍ବ, ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

Published By : Prameya-News7 Bureau | June 16, 2020 IST

ଭଦ୍ରକ୧୬/୬: ମ୍ୟାଙ୍ଗୋ ପାଇଁ ମର୍ଡର। ରଜରେ ଘରକୁ ଆମ୍ବ ଆସିଥିଲା। ଘରେ ଥିବା ତିନିଜଣ ଛୋଟ ପିଲା ଆମ୍ବ ସବୁକୁ ଖାଇ ଦେଲେ। ରଜରେ ବାପା ଘରକୁ ଆଣିଥିବା ଆମ୍ବ ସବୁ ଖାଇ ଦେଲେ। କିଏ ଜାଣିଥିଲା, ଆମ୍ବ ଖାଇବା ପରେ ନିଶାସକ୍ତ ଅବସ୍ଥାରେ ବାପା ଏମିତି କରିବେ। ପିଲାମାନେ ଆମ୍ବ ଖାଇବା ସାରିବା ପରେ ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ସ୍ତ୍ରୀଙ୍କୁ ପିଟି ପିଟି ମାରି ଦେଲେ। ସ୍ବାମୀଙ୍କ କାଠ ଫାଳିଆ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଏବେ ବୋଲିସ୍‌ କବଜାରେ ସ୍ବାମୀ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର  ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ଗ୍ରାମର ଜେନା ସାହିରେ  ଏଭଳି ଅଭାବନୀୟ ଘଟଣା ଘଟିଛି।

 ବଜାରରୁ ବାପା ଆଣିଥିବା ଆମ୍ବ ଖାଇ ପିଲାମାନେ କଣ ଭୁଲ କରିଛନ୍ତି। ରଜରେ ପିଲାମାନେ ନୂଆ ଡ୍ରେସ, ପିଠାପଣା ଖାଇଥାଆନ୍ତି। କିନ୍ତୁ ସାମାନ୍ୟ ଆମ୍ବ ଟିକେ ପିଲାମାନେ ଖାଇ ଦେଲେ ବୋଲି ନିଶାସକ୍ତ ବାପାର ଏ କି ପ୍ରକାର ମାନସିକତା। ସୂଚନା ଅନୁଯାୟୀ ଜଳମଣ୍ଡୁଆ ପଞ୍ଚାୟତର ଜେନାସାହିରେ କାର୍ତ୍ତିକ ଜେନାଙ୍କ ଘର। ତାଙ୍କ ସ୍ତ୍ରୀ ସଶ୍ମିତା  ଏବଂ ୩ ପିଲାଙ୍କୁ ନେଇ ସେମାନଙ୍କ ସଂସାର। ସ୍ଵାମୀ କାର୍ତ୍ତିକ ଦ୍ଵିତୀୟ ରଜରେ ସାଙ୍ଗଙ୍କ ସହ ମଦ ପିଇ ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିଲେ। ସ୍ତ୍ରୀଙ୍କୁ ଖାଇବା ପାଇଁ ଆମ୍ବ ମାଗିଥିଲେ । କିନ୍ତୁ ସସ୍ମିତା କହିଥିଲେ ଆମ୍ବ ପିଲା ଖାଇ ଦେଇଛନ୍ତି। ସେଇଠୁ ଆରମ୍ଭ ହେଲା ମହାଭାରତ । କାର୍ତ୍ତିକ ରାଗରେ କାଠ ଫାଳିଆରେ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଥିବା ସ୍ଥାନୀୟ ଲୋ​‌କେ କହିଛନ୍ତି।

ମାଡ ମାରି ମନ ଶାନ୍ତ ହୋଇନଥିଲା । କାଠ ଫାଳିଆ ଓ ବାଉଁଶ ରେ ମଧ୍ୟ ମାରିଥିଲେ । ବିଳମ୍ବିତ ରାତିରେ ନିଶା ଉତୁରିବା ପରେ ନିଜେ ସ୍ତ୍ରୀଙ୍କୁ ଏକ ଅଟୋରେ ନେଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲରୁ ଖବର ପାଇ ଭଦ୍ରକ ପୋଲିସ ତାଙ୍କୁ ଅଟକ ରଖି ଧାମନଗର ଥାନାକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ପୋଲିସ ନିକଟରେ ଅଭିଯୁକ୍ତ ହତ୍ୟାକାଣ୍ଡର କାହାଣୀ କହିଥିବା ସୂଚନା ମିଳିଛି । ଶବ ବ୍ୟବଚ୍ଚେଦ ପାଇଁ ପୋଲିସ ପଞ୍ଚନାମା କରିଛି । ତେବେ ରଜ ରେ ଆମ୍ବ ପାଇଁ ହତ୍ୟାକାଣ୍ଡ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.