ପ୍ରେମ ପାଇଁ ହତ୍ୟା ! ୩ ମାସ ପରେ ହତ୍ୟାକାଣ୍ଡର ପର୍ଦାଫାସ

Published By : Prameya-News7 Bureau | June 30, 2018 IST

ସୁନ୍ଦରଗଡ଼ ଜିଲ୍ଲା କଂଜିରିମାହା ଥାନା ଝାରମୁଣ୍ଡା ଗାଁରେ ଘଟିଛି ହତ୍ୟାକାଣ୍ଡ । ଗତ ଅପ୍ରେଲ ୪ ତାରିଖ ରାତିରେ ଘଟିଥିଲା ହତ୍ୟାକାଣ୍ଡ । ଝାରମୁଣ୍ଡା ଗାଁର ସୁରେଶ ବାରୁଆ ତାଙ୍କ ଭାଉଜର ସଂପକୀୟ ବିବାହିତା ଭଉଣୀ ସହ ଗଢ଼ି ଉଠିଥିବା ପ୍ରେମ ସଂପର୍କ ଯାହାକୁ ବିବାହିତା ପ୍ରେମିକାର ଭାଇ ଶରତ ନାଏକ ବିରୋଧ କରିଆସୁଥିଲା । ବିବାହିତା ପ୍ରେମିକାର ଘର ସମ୍ବଲପୁର ଜିଲ୍ଲା ରେଢ଼।ଖୋଲ ଅଚଂଳରେ ହୋଇଥିବା ବେଳେ ସ୍ୱାମୀ ପରିତ୍ୟକ୍ତା ହୋଇ ଝାରମୁଣ୍ଡା ଗାଁରେ ରହୁଥିଲା । ବିବାହିତା ପ୍ରେମିକାର ଭାଇ ପ୍ରେମିକ ସୁରେଶ ବାରୁହାକୁ ହତ୍ୟା କରି ଲେମଲେମା ଗାଁ ରାସ୍ତା କଢ଼ରେ ସୁରେଶର ମୃତ ହେହକୁ ପୋତି ଫେରାର ହୋଇଯାଇଥିଲା । ମୃତ ସୁରେଶ ଓ ଅଭିଯୁୂକ୍ତ ଶରତ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଯାହାକୁ କିଛି ଲୋକ ଦେଖଥିଲେ କିନ୍ତୁ ହତ୍ୟା କାଣ୍ଡ ହୋଇଥିବା ଦେଖିନଥିଲେ । ମୃତ ସୁରେଶର ଭାଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଆରମ୍ଭ ହୋଇଥିଲା ପୋଲିସର ତଦନ୍ତ । ଅଭିଯୁକ୍ତ ଶରତକୁ ପୋଲିସ ଗିରଫ କରିବା ପରେ ଶରତ ହତ୍ୟା କରି ପୋତିଦେଇଥିବା କଥା ସ୍ୱୀକାର କରିବା ପରେ ଶବ ମାଟି ତଳୁ ଖୋଳାଯାଇଛି । ଘଟଣାର ପୋଲିସ ଅଧତ୍କ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.