Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପ୍ରେମ ପାଇଁ ହତ୍ୟା : ପ୍ରେମିକାକୁ ଅନ୍ୟତ୍ର ବିବାହ କରେଇଦେବାରୁ ପ୍ରେମିକାର ଭାଇକୁ ହତ୍ୟା କଲା ପ୍ରେମିକ

1/07/2019 at 12:14 PM

ବଲାଙ୍ଗୀର (ଚିନ୍ମୟ ମିଶ୍ର) ୧/୭ : ପ୍ରେମ କଲା । ପ୍ରେମିକାକୁ ପାଇବା ପାଇଁ ପ୍ରେମିକାର ଭାଇକୁ ବାଧ୍ୟ ମଧ୍ୟ କଲା । ଶେଷରେ ପ୍ରେମିକାକୁ ନ ପାଇ ତା ଭାଇ କୁ ହତ୍ୟା କଲା। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ପୁଇଁନ୍ତଳା ଥାନା ଅନ୍ତର୍ଗତ ବେଲବାହାଲି ଗାଁରେ। ମଦ ପିଆଇ ଗାଁ ମୁଣ୍ଡ ବରଗଛ ତଳେ ପଥରରେ ଛେଚି କଲେ ଗୁରୁତର । ବାଇକ ମଧ୍ୟ ଦେହରେ ଚଳାଇଦେଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ପଠାଇବା ପରେ ମେଡିକାଲ ରେ ହୋଇଥିଲା ମୃତ୍ୟୁ। ସେପଟେ ଦୁଇଜଣ ଙ୍କୁ ଗିରଫ କରି ଆରମ୍ଭ କରିଛି ପଚରାଉଚୁରା ପୁଇଁନ୍ତଳା ଥାନା ପୋଲିସ।

ପ୍ରେମିକାକୁ ନ ପାଇବାରୁ ଓ ପ୍ରେମିକାକୁ ଅନ୍ୟତ୍ର ବାହା କରାଇବାରୁ ପ୍ରେମିକାର ଭାଇ କୁ ହତ୍ୟା କଲା ପ୍ରେମିକ।  ଗତ ୨୯ ତାରିଖ ଦିନ ବରଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ କୁଟୁରୁ ପାଲି ଗାଁ ର ଗୋବରଧନ ଗିରି ତାଙ୍କ ଶାଳିଙ୍କୂ ବଲାଙ୍ଗୀର ଇଁନ୍ତଳା ଥାନା ଅନ୍ତର୍ଗତ ଅଙ୍ଖରିଆ ପଦର ଗାଁ କୁ ତାଙ୍କ ଶାଶୁ ଘରକୁ ଛଡିବା କୁ ଆସିଥିଲେ। ପାଖରେ ଥିବା ବେଲବାହଲି ଗାଁରେ ତାଙ୍କ ପିସି ଘର କୁ ବୁଲିବାକୁ ଯାଇଥିଲେ । ତେବେ ପୂର୍ବରୁ ତାଙ୍କ ପିଉସୀଙ୍କ ଦୁଇ ପୂଅ ନାନୁ ସନ୍ୟାସୀ ଓ ଅଗନୁ ସନ୍ୟାସୀ  ଗୋବର୍ଦ୍ଧନଙ୍କ ଦୁଇ ଭଉଣିଙ୍କୁ ଭଲ ପାଇବା ସହ ବାହା ହେବା ପାଇଁ କହିଥିଲେ।

ତେବେ ଗତ ୨୯ ତାରିଖ ଦିନ ପିସି ଘରେ ସଂଧ୍ୟା ସମୟରେ ଦୁଇ ପିସିଙ୍କ ପୁଅ ନାନୁ ଓ ଅଗନୁ  ଘରୁ ଡାକିକି ନେଇଥିଲେ ବୁବେଲ ଗାଁ କୁ। ସେଠାରେ ମଦ ଭାଟିରୁ ମଦ କିଣି ବେଲବାହାଲିଓ ବୁବେଲ ଗାଁ ମଧ୍ୟଭାଗରେ ଥିବା ଗୋଟିଏ ବରଗଛ ତଳେ ବସିକି ପିଇବା ସହ ତାଙ୍କ ମଧ୍ୟରେ କହି ଶୃଷ୍ଟି ହୋଇଥିବା ଗୋବର୍ଦ୍ଧନଙ୍କ ଭଉଣିକୁ ଅନ୍ୟତ୍ର ବାହାକରାଇଥିବା କଥା କୁ ନେଇ। ତେବେ ଏ କଥା କୁ ସହି ନପାରି ଗୋବର୍ଦ୍ଧନ ଦୁହିଁଙ୍କୁ ଚାପୁଡା ମାରିଥିଲେ। ପରେ ଦୁହେଁ  ରାଗିକି ପଥରରେ  ମାରିଥିଲେ ଗୋବର୍ଦ୍ଧନକୁ। ଓ ଗୋବର୍ଦ୍ଧନ ବାଇକ କୁ ତାଙ୍କ ଉପରେ ଚଢାଇ ଦେଇଥିଲେ।

ସେପଟେ ଏ ଘଟଣା ସ୍ଥାନିୟ କିଛି ଳୋକ ଦେଖିଥିବା ବେଳେ ପୋଲିସ କୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ଦୁହେଁ ଫେରାର ମାରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଗୋବର୍ଦ୍ଧନକୁ ଉଦ୍ଧାର କରି ବଳାଙ୍ଗୀର ଭୀମଭୋଇ ଭେଡିକାଲ କଲେଜ ହସ୍ପିଟାଲ କୁ ପଡାଇଥିଲା। ତେବେ ଗତ କାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। । ତେବେ ନାନୁ ଓ ଅଗନୁକୁ  ପୋଲିସ ଗିରଫ କରିବା ସହ ପଚରାଉଚୁରା ଖରୁଛି। ସେପଟେ ମୃତ ଗୋବର୍ଦ୍ଧନଙ୍କ ମୃତ ଶବ କୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୂର୍ବ ସତୃତା ପାଇଁ ଭାଇ ନେଲା ଭାଇର ଜିବନ। ପରିବାର ଭିତରେ ପ୍ରେମ କରିବା ପରେ ଫେଲ ମାରିବାରୁ ବିଫଳ ହୋଇ ପ୍ରମିକ କଲା ଜଘନ୍ୟ କାଣ୍ଡ। ତେବେ ଏଘଟଣା ପରେ ଦୁଇ ଜଣ ଙ୍କୁ ଗିରଫ କରିବା ସହ ଘଟଣା ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଛି ପୋଲିସ।

   Related Posts