ପରକୀୟା ପ୍ରୀତିର କରୁଣ ପରିଣତି ! ଟାଙ୍ଗୀରେ ବିବାହିତ ଯୁବକକୁହତ୍ୟା

Published By : Prameya-News7 Bureau | September 06, 2018 IST

ଟାଙ୍ଗୀ ୬|୯: ପରକୀୟା ପ୍ରୀତି କୁ ନେଇ ଯୁବକକୁ ହତ୍ୟା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ଟାଙ୍ଗୀ ଥାନା ଅଧିନସ୍ଥ ରାଜେନ୍ଦ୍ରପୁର [କାଳୁପଡା] ଗ୍ରାମରେ । ମୃତ ଯୁବକ ହେଲେ ନିକଟସ୍ଥ ବାଲିନାସି [କାଳୁପଡା] ଗ୍ରାମର ବିଶ୍ଵରଞ୍ଜନ ସେଠୀ । ଗତକାଲି ଠାରୁ ବିଶ୍ଵରଞ୍ଜନ ନିଖୋଜ ଥିଲା , ଆଜି ଏକ ପରିତ୍ୟକ୍ତ ପୋଖରୀ ମଧ୍ୟରୁ ବିଶ୍ଵରଞ୍ଜନଙ୍କ ଶବ ମିଳିଛି । ଏ ସମ୍ପର୍କରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ରାଜେନ୍ଦ୍ରପୁରର ଦାସ ସାହୁଙ୍କ ପତ୍ନୀଙ୍କ ସହିତ ବାଲିନାସିର ବିଶ୍ଵରଞ୍ଜନ ସେଠୀ ମଧ୍ୟରେ କିଛି ଦିନ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିଶ୍ଵରଞ୍ଜନ ଜଣେ ବିବାହିତ ଯୁବକ । ଏହି ପ୍ରେମ ବ୍ୟାପାରକୁ ନେଇ ଦୁଇ ପରିବାର ମଧ୍ୟରେ ବହୁବାର ଝଗଡା ମଧ୍ୟ ହୋଇଛି । ଗତକାଲି ବିଶ୍ଵରଞ୍ଜନ ତାର ପ୍ରେମିକା ଦାସ ସାହୁ ଙ୍କ ପତ୍ନୀଙ୍କ ନିକଟକୁ ଆସିଥିବା ଜାଣିବାପରେ  ଦାସ ସାହୁ ଏବଂ ତାଙ୍କର ସମ୍ପର୍କୀୟମାନେ ସଙ୍ଘବଦ୍ଧ ହୋଇ ବିଶ୍ବରଂଜନ ଉପରେ ଆକ୍ରମଣ କରିଥିଲେ । ତାପରଛୁ ବିଶ୍ଵରଞ୍ଜନ ନିଖୋଜ ହୋଇଯାଇଥିଲା  । ପୋଲିସ ଓ ଦମକଳ ବାହୀନ ପ୍ରେମିକାର ଘର ନିକଟରେ ଥିବା ଏକ ପୋଖରୀରୁ ଆଜ ବିଶ୍ଵରଞ୍ଜନଙ୍କ ମୃତ ଦେହ ଉଦ୍ଧାର କରିବା ପରେ ପୋଲିସ ତଦନ୍ତ ଜୋରଦାର କରିଛି । ଦାସ ସାହୁ ତାଙ୍କ ପତ୍ନୀ ,ଏବଂ ପରିବାର ମିଳିମିଶି ବିଶ୍ଵରଞ୍ଜନକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିଲେ ବୋଲି ବିଶ୍ବରଂଜନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.