Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଦୁର୍ଘଟଣା ନୁହେଁ ହତ୍ୟା ! ଖୋଲିଲା ଟିଟି ପ୍ରିୟରଞ୍ଜନ ଜେନାଙ୍କ ହତ୍ୟା ରହସ୍ୟ

25/06/2018 at 2:10 PM

ସାମାନ୍ୟ କେତେ ଟଙ୍କା ପାଇଁ ଜଣେ ଟିକେଟ୍ ନୀରିକ୍ଷକଙ୍କ ଜୀବନ ନେଇଗଲେ ଦୁଇ ଦୁର୍ବୃତ୍ତ….ଗତ ୧୭ ତାରିଖ କଟକ ରେଳ ଷ୍ଟେସନ୍ରେ କାର୍ଯ୍ୟରତ ପ୍ରିୟ ରଞ୍ଜନ ଜେନା ନିଜ ଘରକୁ ଫେରିବା ସମୟରେ କଟକ-ପାରଦ୍ବୀପ ରାସ୍ତାରେ ଦୁଇ ଦୁର୍ବୃତ୍ତ ପ୍ରିୟଙ୍କୁ ଆକ୍ରମଣ କରି ବ୍ୟାଗ୍ ଛଡାଇନେଇଥିଲେ….ତେବେ ଦୁଇ ଦିନ ଚିକିତ୍ସା ପରେ ଆଖିବୁଜିଥିଲେ ପ୍ରିୟରଞ୍ଜନ….ତେବେ ପୁଲିସ ପ୍ରଥମେ ଏହାକୁ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ସିସି ଟିଭି ଫୁଟେଜ୍ ହିଁ ଧରାଇଥିଲା ହତ୍ୟାକାଣ୍ଡର ରହସ୍ୟ…ଏହି ଘଟଣାରେ ଚାଉଳିଆଗଞ୍ଜ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହାର କରିଥିବା ପେଚ୍କସକୁ ଜବତ କରିଛି….
ଏକ ଦୁର୍ଘଟଣା ମାମଲା ରୂପ ନେଲା ହତ୍ୟାକାଣ୍ଡର….ଗତ ୧୭ ତାରିଖ କଟକ ରେଳ ଷ୍ଟେସନ୍ରେ କାର୍ଯ୍ୟରତ ଜଣେ ଟିଟିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା କଟକ-ପାରଦ୍ବୀପ ରାସ୍ତାରୁ…ତେବେ ଏହି ଘଟଣା ଏକ ଦୁର୍ଘଟଣା ଜନିତ ବୋଲି ମାମଲା ରୁଜୁ କରିଥିଲା ଚାଉଳିଆଗଞ୍ଜ ଥାନା ପୁଲିସ…ହେଲେ ଚିକିତ୍ସାର ଦୁଇ ଦିନ ପରେ ପ୍ରିୟରଞ୍ଜନଙ୍କ ମୃତ୍ୟୁ ଓ ଏହାର ପାରିପାର୍ଶ୍ବିକ ପରିସ୍ଥିତିକୁ ସହଜରେ ଗ୍ରହଣ କରିପାରିନଥିଲେ ଚାଉଳିଆଗଞ୍ଜ ଥାନା ଅଧିକାରୀ…..ବହୁ ତଦନ୍ତ ପରେ ସିସି ଟିଭି ଖୋଲିଥିଲା ଦୁର୍ଘଟଣା ନୁହେଁ ବରଂ ଏକ ହତ୍ୟାକଣ୍ଡର ରହସ୍ୟ….ସାମାନ୍ୟ କେତେଟା ଟଙ୍କା ନେଇଗଲା ଜଣେ ଯୁବକଙ୍କ ଜୀବନ….କଟକ ରେଳଓ୍ବେ ଷ୍ଟେସନ୍ରେ କାର୍ଯ୍ୟରତ ଜଣେ ଟିଟି ଗତ ୧୭ ତାରିଖ ରାତିରେ ଘରକୁ ଫେରିବା ସମୟରେ ପାରଦ୍ବୀପ ରାସ୍ତାରେ ବଣବିଦ୍ୟାଧର ପୁର ପାଖରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ, ହେଲେ ସମ୍ପୃକ୍ତ ଟିଟି ପ୍ରିୟରଞ୍ଜନ ଜେନା ଟଙ୍କା ନ ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ପେଚକସ୍ରେ ମୁଣ୍ଡକୁ ଭୁସି ଦେଇଥିଲେ…..ଏହା ପରେ ଆହତ ପ୍ରିୟଙ୍କୁ କିଛି ଦୂରରେ ଫୋପାଡି ପ୍ରିୟଙ୍କ ପାଖରେ ଥିବା ସାତ ଶହ ଟଙ୍କା ଓ ମୋବାଇଲ୍ ଲୁଟିନେଇଥିଲେ…
ପ୍ରିୟରଞ୍ଜନଙ୍କ ମୃତ୍ୟୁ ପୁଲିସ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ….କାରଣ ହତ୍ୟାକାରୀଙ୍କୁ ନା କେହି ଦେଖିଥିଲେ ନା କେହି ଜାଣିଥିଲେ….ଗିରଫ ଦୁଇ ଅଭିଯୁକ୍ତ ଗୁଡୁ ଓରଫ୍ ଅମ୍ରିତରାଜ ସାହୁ ଓ ବେଙ୍ଗ ଓରଫ ସୁନୀଲ ସାହୁ ଲୁଟ୍ ଉଦ୍ଦେଶ୍ୟରେ ପୂର୍ବରୁ ଟାର୍ଗେଟ୍ କରିଥିଲେ ପ୍ରିୟରଞ୍ଜନଙ୍କୁ….ଘଟଣା ଦିନ ଦୁଇ ଅଭିଯୁକ୍ତ ପ୍ରିୟଙ୍କୁ ଷ୍ଟେସନ୍ ନିକଟରୁ ତାଙ୍କୁ ଫୋଲୋ କରି ଆସିବା ସହ ନିଛାଟିଆ ଦେଖି ଲୁଟ୍ ଉଦ୍ଦେଶ୍ୟରେ କରିଥିଲେ ଆକ୍ରମଣ… ହେଲେ ଏହି ଲୁଟ୍ ଜଣେ ଯୁବକଙ୍କ ଜୀବନ ନେଇଯିବ ତାହା କେହି ବି ଭାବି ନଥିଲେ….ଚାଉଳିଆଗଞ୍ଜ ଥାନା ପୁଲିସ ଲୁଟ୍ ମୋବାଇଲକୁ ଟ୍ରାକ୍ କରିବା ସହ ସିସି ଟିବି ଫୁଟେଜ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଜଣକୁ ବ୍ରହ୍ମପୁର ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ କଟକରୁ ଗିରଫ କରିବାରେ ସଫଳ ହୋଇଛି…..
ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ଲୁଟ୍ ଓ ଚୋରି ଭଳି ମାମଲା ବିଭିନ୍ନ ଥାନାରେ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି….ଉଭୟ ଅଭିଯୁକ୍ତଙ୍କର ପୁଲିସ ଟିଆଇ ପରେଡ୍ କରିବ ବୋଲି ସୂଚନା ମିଳିଛି….

   Related Posts