Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

କରୋନା ଯୋଦ୍ଧାଙ୍କ ମୁହଁରେ କୀଟନାଶକ ଢାଳିଥିଲେ, ଅଭିଯୁକ୍ତଙ୍କ ବିରୋଧରେ ଚାଲିଲା ହତ୍ୟା ମାମଲା

19/04/2020 at 2:34 PM

ରାମପୁର, ୧୯|୦୪:  ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ସାନିଟାଇଜ୍ କରିବା ପାଇଁ ଯାଇଥିବା ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ମାଡ ମାରି ତାଙ୍କ ମୁହଁରେ କୀଟନାଶକ ଢାଳିଦେଇଥିଲେ । ଫଳରେ ସେ ପ୍ରାଣ ହରାଇଥିଲେ । ଏବେ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ଏଯାଏଁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରି ନାହିଁ ।

ସୂଚନାନୁସାରେ, ଏପ୍ରିଲ ୧୪ ତାରିଖରେ କରୋନା ସଂକ୍ରମଣ ରୋକିବା ପାଇଁ ଜଣେ ଯୁବକ ପ୍ରେମପୁର ଗ୍ରାମକୁ ସାନିଟାିଜ୍ କରିବାକୁ ଯାଇଥିଲେ । କିନ୍ତୁ ୫ରୁ ୬ ଦୁର୍ବୃତ୍ତ ତାଙ୍କୁ ପିଟିପିଟି ମାରିଦେଇଥିଲେ । ଏପରିକି ତାଙ୍କ ମୁହଁରେ କୀଟନାଶକ ମଧ୍ୟ ଢାଳି ଦେଇଥିଲେ । ଫଳରେ ସେ ବେହୋସ ହୋଇଯାଇଥିଲେ । ତାଙ୍କୁ ମୁରାଦାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ପ୍ରାଣ ହରାଇଥିଲେ ।

ଏହି ମାମଲାରେ ପୋଲିସ ତାଙ୍କ ଭାଇଙ୍କ ଆଧାରରେ ନାମଜାଦଙ୍କ ସହ ୫ଜଣଙ୍କ ବିରୋଧରେ ଉଦ୍ଦେେଶ୍ୟ ରହିତ ହତ୍ୟା ରିପୋର୍ଟ ଦାଖଲ କରିଥିଲା । ଏବେ ରାମପୁର ଜିଲ୍ଲାଧିକାରୀ ହତ୍ୟା ମୋକଦ୍ଦମା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ଭାଇ ହରିଶଙ୍କର ଅଭିଯୋଗରେ କହିଥିଲେ ଯେ, ଏପ୍ରିଲ ୧୪ରେ କୁମ୍ବର ପାଲ ପ୍ରେମପୁରକୁ ସାନିଟାଇଜ କରିବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ମାଡ ମାରି ମୁହଁରେ କୀଟନାଶକ ଢାଳି ଦିଆଯାଇଥିଲା ।ସେ ବେହୋସ ହୋଇଯାଇଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଥିଲେ ।

   Related Posts