ଅନ୍ତରଙ୍ଗ ଭିଡିଓ ଭାଇରାଲ କରିଦେବୁ କହି କରୁଥିଲେ ବ୍ଲାକମେଲ୍ : ବହୁ ଚର୍ଚ୍ଚିତ ହତ୍ୟା ମାମଲାରେ ମଧ୍ୟ ସଂପୃକ୍ତ, କାବୁ କଲା ପୋଲିସ

Published By : Prameya-News7 Bureau | November 19, 2020 IST

ଗୁରୁଗ୍ରାମ ୧୯/୧୧ : ଏକ ହତ୍ୟା ମାମଲାର ତଦନ୍ତ ବେଳେ ଗୁରୁଗ୍ରାମ ପୋଲିସ ତିନି ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଏମାନେ ପ୍ରାୟ ୧୦୦ରୁ ଅଧିକ ମୋବାଇଲ୍ ଫୋନ୍ ଚୋରି ଘଟଣାରେ ସଂପୃକ୍ତ ଥିବା କହିଛି ପୋଲିସ | କେବଳ ସେତିକି ନୁହେଁ ଗୁରୁଗ୍ରାମର ଜଣେ ଯୁବତୀଙ୍କୁ ବ୍ଲାକମେଲ କରି ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଖୁଲାସା କରିଛି ଗୁରୁଗ୍ରାମ ପୋଲିସ ।

{"id":364545,"sizeSlug":"large"}

କିଛି ଦିନ ପୂର୍ବରୁ ଏହି ୩ ଜଣ ସେକ୍ଟର-୫୭ ଅଞ୍ଚଳର ଜଣେ ଯୁବତୀଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ। ତେବେ ମୋବାଇଲ ଛଡାଇଆଣିବା ପରେ ଫୋନ ଖେଳାଇବା ବେଳେ ଯୁବତୀଙ୍କର କିଛି ଅନ୍ତରଙ୍ଗ ଫଟୋ ଏବଂ କିଛି ଭିଡିଓ ପାଇଥିଲେ । ତେବେ ସେହି ଫଟୋ ଏବଂ ଭିଡିଓକୁ ନେଇ ୨/୩ ଦିନ ପରେ ଯୁବତୀ ଜଣଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ ଅଭିଯୁକ୍ତମାନେ । ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ଫଟୋ ଏବଂ ଭିଡିଓ ଭାଇରାଲ କରିଦେବାକୁ ଧମକ ଚମକ ଦେବା ଆରମ୍ଭ କରିଦେଲେ ।

{"id":364546,"sizeSlug":"large"}

ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ପୋଲିସ ନିକଟରେ ଗୋଟିଏ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ କୌଶଳକ୍ରମେ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ପୋଲିସ କହିବା ମୁତାବକ, ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି ଏବଂ ଅନେକ ଖୁଲାସା ହେବାର ସମ୍ଭାବନା ରହିଛି।

{"id":364547,"sizeSlug":"large"}

ପୋଲିସ କହିବା ମୁତାବକ ବହୁ ଚର୍ଚ୍ଚିତ ପୂଜା ଶର୍ମା ହତ୍ୟା ଘଟଣାରେ ଏମାନେ ସଂପୃକ୍ତ । ବିଭିନ୍ନ ସମୟରେ ଏମାନେ ରୋଡ ଡକାୟତି, ଚେନ ଲୁଟ୍, ବ୍ଲାକମେଲ କରନ୍ତି । ସେମାନଙ୍କ ନିକଟରୁ ପୋଲିସ ସ୍ୱିଫ୍ଟ କାର୍ ମଧ୍ୟ ଜବତ କରିଛି ଯେଉଁଥିରେ କି ୩ ଜଣ ଅଭିଯୁକ୍ତ ଦୀର୍ଘଦିନ ହେଲା ବିଭିନ୍ନ ପ୍ରକାର ଅପରାଧୀକ କାର୍ଯ୍ୟକଳାପ ଚଲାଇ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.