ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା, ଘଟଣା ପଛରେ ରହିଛି ପୂର୍ବ ଶତ୍ରୁତା !

Published By : Prameya-News7 Bureau | October 15, 2020 IST

ସୁନ୍ଦରଗଡ, ୧୫।୧୦: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଶୀଷଡ଼ିହି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଘର ବାରଣ୍ଡାରେ ଶୋଇ ଥିବାବେଳେ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଶୀଷଡିହି ଗ୍ରାମର ସୁଦର୍ଶନ ମୁଣ୍ଡା ବୁଧବାର ରାତିରେ ଘରର ବାରଣ୍ଡାରେ ଶୋଇଥିଲେ । ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ସୁଦର୍ଶନଙ୍କ ପାଟି ଶୁଣି ଘର ଲୋକ ଉଠି ତୁରନ୍ତ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତ ସୁଦର୍ଶନଙ୍କ ପୁତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.