ରାଗରେ ରାକ୍ଷସ ପାଲଟିଗଲା ରକ୍ତ, ମାଆକୁ କୋଦାଳରେ ହାଣି ମାରିଦେଲା ପୁଅ

Published By : Prameya-News7 Bureau | September 05, 2020 IST

ବାରିପଦା, ୦୫।୦୯:   ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ଜନ୍ମଦାତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ପୁଅ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଦୁଧିଆଶୋଳ ଗ୍ରାମରେ ଏହି ଘଟଣା ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ଦୁଧିଆଶୋଳ ଗ୍ରାମରେ ରୁହନ୍ତି ବୁଧୁ ସିଂ । ଗତ କିଛିଦିନ ହେବ ସେ ଓ ତାଙ୍କ ମାଆ ଗୁରୁବାରୀ ସିଂଙ୍କ ମଧ୍ୟରେ ଲଗାତାର ଭାବେ କଳହ ହେଉଥିଲା । ତେବେ ଶନିବାର ଏହା ଉଗ୍ର ରୂପ ଧାରଣ କରିଥିଲା । ପାରିବାରିକ କାରଣ ପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବୁଧୁ ସିଂ ଏକ କୋଦାଳ ଆଣି ମାଆ ଗୁରୁବାରୀଙ୍କୁ ହାଣି ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଗୁରୁବାରୀଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି ବୁଧୁ ସିଂଙ୍କୁ ଗିରଫ କରିବା ସହ ମୃତଦେହକୁ ପୋଷ୍ଟ ମଟର୍ମ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.