ପଟ୍ଟାମୁଣ୍ଡାଇ ବଲୁରିଆ ଗାଁରେ ବଧୂ ହତ୍ୟା !

Published By : Prameya-News7 Bureau | February 08, 2019 IST

ପଟ୍ଟାମୁଣ୍ଡାଇ ୮|୨: ପଟ୍ଟାମୁଣ୍ଡାଇ ଥାନା ବଲୁରିଆ ଗାଁରେ ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ହତ୍ୟା ଅଭିଯୋଗ  । କେନ୍ଦ୍ରାପଡା ଜିଲ୍ଲା ଚଉଦକୁଲାଟ ଫାଣ୍ତି ଅନ୍ତର୍ଗତ ବଲୁରିଆ ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ମୃତା ମହିଳାଙ୍କ ବଡଭାଇ ଚଉଦକୁଲାଟ  ଫାଣ୍ତିରେ କରିଥିବା ଅଭିଯୋଗ ଅନୁସାରେ  ଶାଶୁଘର ଲୋକେ ସମସ୍ତେ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି  ।

{"id":83128}

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ଥାନା ଅନ୍ତର୍ଗତ ବଲୁରିଆ ପଞ୍ଚାୟତ ବଲୁରିଆ ଗାଁରେ ଘଟିଛି  ଅଭାବନୀୟ ଘଟଣା । ଆଳି ଥାନା ଅଧିନ ସାନମଙ୍ଗ ଗାଁର  ଘନଶ୍ୟାମ ଜେନାଙ୍କ  ଏକମାତ୍ର ଝିଅ ଗିତାଞ୍ଜଳିଙ୍କ ପଟ୍ଟାମୁଣ୍ତାଇ ଥାନା ଅନ୍ତର୍ଗତ ବଲୁରିଆ ଗାଁର କେଳୁ ରାଉତଙ୍କ ସାନପୁଅ ପ୍ରତାପ ରାଉତଙ୍କ  ସହ ଆଜିକୁ ୩ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ଆବଶ୍ୟକ ଜାନିଯୌତୁକ ଦିଆଯାଇଥିଲା । କିନ୍ତୁ ପରବର୍ତି ସମୟରେ ଶାଶୁ ଘର ଲେକେ ତାକୁ ଅଧିକ ଯୌତୁକ ଆଣିବା ପାଇଁ ଦାବୀ କରି ଆସୁଥିଲେ । ଏପରିକି ଗିତାଞ୍ଜଳିଙ୍କୁ ଶାରିରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ।

{"id":83129}

ବର୍ଷେତଳେ ଗୀତାଞ୍ଜଳିଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା । ଏହା ପରଠାରୁ ଶାଶୂ ଘର ଲୋକଙ୍କ ଅତ୍ୟାଚାର ଆହୁରି ବଢିଯାଇଥିଲା । ଗତକାଲି ରାତିରେ ଶାଶୂଘର ଲୋକେ ତାଂକୁ ମାରିଦେଇଥିବାର ଅଭିଯୋଗ କରିଛନ୍ତି ଗୀତାଞ୍ଜଳିଙ୍କ ବଡଭାଇ ହିମାଂଶୁ ଜେନା  ।

{"id":83130}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.